କାବେରୀ ଜଳ ବିବାଦ ପରି ମହାନଦୀ ଜଳ ବିବାଦ ବଢ଼ାଇବାକୁ ଚାହୁଁଛନ୍ତି ସରକାର
1 min readଭୁବନେଶ୍ବର: ମହାନଦୀ ଜଳ ବିବାଦକୁ ନେଇ ଟ୍ରିପଲ ଇଞ୍ଜିନ ସରକାରକୁ ମହାନଦୀ ବଞ୍ଚାଅ ଆନ୍ଦୋଳନର କଟାକ୍ଷ । କହିଲା, ଓଡ଼ିଶା-ଛତିଶଗଡ଼ ଓ ଦିଲ୍ଲୀରେ ଏବେ ବିଜେପି ସରକାର । ଟ୍ରିପଲ ଇଞ୍ଜିନ ସରକାର ବେଳେ ମହାନଦୀ ବିବାଦ ସମାଧାନ ହେବା ଦରକାର । ଯଦି ନହେବ ଧରି ନିଆଟିବ ସରକାର ଚାହୁଁ ନାହାଁନ୍ତି । ଏପରି କଟାକ୍ଷ କରି ତିନି ସରକାରଙ୍କୁ ଟାର୍ଗେଟ କରିଛି ମହାନଦୀ ବଞ୍ଚାଅ ଆନ୍ଦୋଳନ ।
ମହାନଦୀ ବଞ୍ଚାଅ ଆନ୍ଦୋଳନ ପକ୍ଷରୁ କୁହାଯାଇଛି, ଦେଶରେ କେବେ ବି ଟ୍ରିବ୍ଯୁନାଲ କୌଣସି ନଦୀ ଜଳ ବିବାଦର ସମାଧାନ କରିପାରିନି । କୃଷକମାନେ ପାଣିର ମାଲିକ, ସେମାନଙ୍କଠାରୁ ଛଡାଇ ଶିଳ୍ପପତିମାନଙ୍କୁ ପାଣି ଦିଆଯାଉଛି । ଏବେ ସ୍ଥିତି ବଦଳିଛି । ସବୁ ପକ୍ଷରେ ବିଜେପି । ତେଣୁ ସମାଧାନ ଆଶା କରୁଛୁ । ଛତିଶଗଡ ପକ୍ଷରୁ ନିର୍ମାଣ କରାଯାଇଥିବା ୬ଟି ବଡ ଚେକ୍ ଡ୍ଯାମର ଡିଜାଇନ ପରିବର୍ତ୍ତନ କରାଯାଉ । ସରକାର କାବେରୀ ନଦୀ ଜଳ ବିବାଦ ଭଳି ମହାନଦୀ ଜଳ ବିବାଦକୁ ବଢାଇବାକୁ ଚାହୁଁଛନ୍ତି । ବର୍ତ୍ତମାନ ଓଡିଶା ପଟ ମରୁଭୂମି ପାଲଟି ଯାଉଥିବା ବେଳେ ଓ ଛତିଶଗଡ ପାଣିରେ ଭାସୁଛି ।
ମୁଖ୍ଯମନ୍ତ୍ରୀ କହିଲେ, ପ୍ରତିପକ୍ଷ ସହିତ ଆଲୋଚନା କରିଛନ୍ତି । ହେଲେ କ’ଣ କଥା ହୋଇଛନ୍ତି କହୁ ନାହାଁନ୍ତି କାହିଁକି ? ପୋଲାଭରମ ପ୍ରକଳ୍ପ ନିର୍ମାଣ ହେଲେ ଓଡିଶାର ବହୁତ କ୍ଷତି ହେବ । ପୂର୍ବରୁ ଓଡିଶା ସହିତ ଆନ୍ଧ୍ରପ୍ରଦେଶ ଓ ଛତିଶଗଡର ଜଳ ବିବାଦ ଲାଗି ରହିଥିବା ବେଳେ ଏବେ ଅନ୍ଯ ଦୁଇ ପଡୋଶୀ ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗ ସହ ଲଢେଇ ହେବାକୁ ଯାଉଛି । ଜାନୁଆରୀ ଶେଷରେ ଭୁବନେଶ୍ବରରେ ଏକ ଜାତୀୟସ୍ତରର ନଦୀ ସମ୍ମିଳନୀ କରାଯିବ । ବର୍ତ୍ତମାନ ବୈତରଣୀରେ ୧୧ ଟି ପାଇପ ଯୋଗେ ପାଣି ଚୋରି କରାଯାଉଛି ବୋଲି ଅଭିଯୋଗ କରିଛି ମହାନଦୀ ବଞ୍ଚାଅ ଆନ୍ଦୋଳନ ।