ନନ୍ଦିଘୋଷ ବ୍ୟୁରୋ: ଛତିଶଗଡ଼ ଅଭିମୁଖେ ବାହାରିଲା ମହାନଦୀ ବଞ୍ଚାଓ ଆନ୍ଦୋଳନ ଟିମ l ଆସନ୍ତାକାଲି କଲମା ବ୍ୟାରେଜ ଓ ତାର ତଳମୁଣ୍ଡରେ ନିର୍ମାଣ ହୋଇଥିବା ବାଲିବନ୍ଧ ଭାଙ୍ଗିବ ମହାନଦୀ ବଞ୍ଚାଅ ଆନ୍ଦୋଳନ l ବେଆଇନ ଭାବେ ମହାନଦୀରେ ବାଲି ବନ୍ଧ ନିର୍ମାଣ କରିଛି ଛତିଶଗଡ l ଏନେଇ ଓଡିଶା ମୁଖ୍ୟମନ୍ତ୍ରୀ ଓ ଛତିଶଗଡ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଅବଗତ କରିଥିଲା ମହାନଦୀ ବଞ୍ଚାଅ ଆନ୍ଦୋଳନ l ଓଡିଶା ସରକାର କୌଣସି ପଦକ୍ଷେପ ନେଇ ନଥିବାରୁ ଏପରି ପଦକ୍ଷେପ ନେଇଛି ମହାନଦୀ ବଞ୍ଚାଅ ଆନ୍ଦୋଳନ l
ଆନ୍ଦୋଳନ କମିଟି ଛତିଶଗଡରେ ଆଜି ପ୍ରସ୍ତୁତି ବୈଠକ କରିବ l ରାଜ୍ୟ ସରକାରଙ୍କ ଅବହେଳା ଯୋଗୁଁ ଛତିଶଗଡ ସରକାର ଏପରି ବେଆଇନ ପଦକ୍ଷେପ ନେଇଥିବା ମହାନଦୀ ବଞ୍ଚାଅ ଆନ୍ଦୋଳନ କମିଟି ଅଭିଯୋଗ କରିଆସୁଛି l ଛତିଶଗଡ଼ରେ ନଦୀ ପାଇଁ କାମ କରୁଥିବା ସଂଗଠନ ଓ ରାଜନେତାଙ୍କୁ ମଧ୍ୟ ଭେଟିବ ଟିମ l ଏହାସହ ଆସନ୍ତାକାଲି ମହାନଦୀ ସମସ୍ୟା ସଂକ୍ରାନ୍ତରେ ଝାରସୁଗୁଡାରେ କିଛି ବୁଦ୍ଧିଜୀବୀମାନଙ୍କୁ ଭେଟି ଆଲୋଚନା କରିବ ।

