ଆଜି ମହାଳୟା: ପିତୃପୁରୁଷଙ୍କୁ ଶ୍ରାଦ୍ଧ ଦେବାର ଶେଷ ଦିନ, ଧବଳମୁଖୀ ବେଶରେ ଦର୍ଶନ ଦେଉଛନ୍ତି ମାଆ ସମଲେଶ୍ୱରୀ

ଭୁବନେଶ୍ୱର/ସମ୍ୱଲପୁର: ଆଜି ପବିତ୍ର ମହାଳୟା ଶ୍ରାଦ୍ଧ । ଆଶ୍ୱିନ ମାସ କୃଷ୍ଣପକ୍ଷ ପ୍ରତିପଦା ଠାରୁ ଆରମ୍ଭ ହୋଇଥିବା ପିତୃପକ୍ଷର ଆଜି ଶେଷ ଦିନ । ପିତୃପକ୍ଷ ଲୋକଙ୍କ ଆତ୍ମାର ସଦଗତି କାମନା କରି ଆତ୍ମୀୟ ମାନେ ଆଜି ଶ୍ରାଦ୍ଧ ଦେଇଥାନ୍ତି । ଆଜିର ଦିନରେ ଯେଉଁ ପିଣ୍ଡଦାନ କରାଯାଏ ସେଥିରେ ପିତୃପୁରୁଷଙ୍କ ପୂର୍ଣ୍ଣ ପ୍ରାପ୍ତି ହେବାର ବିଶ୍ୱାସ ରହିଛି । ହିନ୍ଦୁ ଧାର୍ମିକ ପରମ୍ପରାରେ ପିତୃପୁରୁଷଙ୍କ ପାଇଁ ପାଳନ କରାଯାଉଥିବା ବିଭିନ୍ନ ଶ୍ରାଦ୍ଧ କର୍ମ ମଧ୍ୟରେ ମହାଳୟା ହେଉଛି ଶ୍ରେଷ୍ଠତମ । ଗତ ୧୫ଦିନ ଧରି ପିତୃପକ୍ଷ ଚାଲିଥିବା ବେଳେ ଆଜି ହେଉଛି ଏହି ପକ୍ଷର ଅନ୍ତିମଦିନ ।

ଅପରପକ୍ଷରେ ମହାଳୟାରେ ପଶ୍ଚିମ ଓଡ଼ିଶାର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ୱରୀ ଭକ୍ତଙ୍କୁ ଧବଳମୁଖୀ ବେଶରେ ଦର୍ଶନ ଦେଉଛନ୍ତି । କୋଭିଡ କଟକଣା ମାନି ଭକ୍ତ ମାଙ୍କ ଧବଳମୁଖୀ ବେଶ ଦର୍ଶନ କରୁଛନ୍ତି । ସକାଳ ୬ଟାରୁ ସଂଦ୍ଧ୍ୟା ୭ ଟା ୩୦ ପର୍ଯ୍ୟନ୍ତ ଦର୍ଶନ କରିବାର ବ୍ୟବସ୍ଥା ରହିଛି । ବର୍ଷ ତମାମ ମା ସିନ୍ଦୁର ବର୍ଣ୍ଣରେ ଭକ୍ତଙ୍କୁ ଦର୍ଶନ ଦେଉଥିବା ବେଳେ, ମହାଳୟା ଦିନ ହିଁ ଶ୍ୱେତବର୍ଣ୍ଣରେ ଭକ୍ତଙ୍କୁ ମା’ ଦର୍ଶନ ଦେଇଥାନ୍ତି । ମାଙ୍କର ଏହି ବେଶକୁ ଦର୍ଶନ କଲେ ଗଙ୍ଗା ଦର୍ଶନର ଲାଭ ମିଳିଥାଏ ବୋଲି ବିଶ୍ୱାସ ରହିଛି ।

Leave a Reply