୩୨ ବର୍ଷ ହେଲାଣି ଗାଧୋଇନାହାନ୍ତି ଛୋଟୁବାବା, ଜାଣନ୍ତୁ କ’ଣ ରହିଛି ତାଙ୍କର ପ୍ରତିଜ୍ଞା ..

ନନ୍ଦିଘୋଷ ବ୍ୟୁରୋ: ୩୨ବର୍ଷ ହେଲାଣି ଗାଧୋଇନାହାନ୍ତି ଛୋଟୁ ବାବା । ଯିଏ ଏବେ ମହାକୁମ୍ଭ ମେଳାରେ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି । ଆଜ୍ଞା ହଁ ଛୋଟୁ ବାବା ଆସାମର କାମାକ୍ଷା ପୀଠରୁ ଆସିଛନ୍ତି । ସେ ଗଙ୍ଗାପୁରୀ ମହାରାଜ  ଭାବେ ବେଶ ପରିଚିତ । ତାଙ୍କର ଉଚ୍ଚତା ୩ଫୁଟ ୮ଇଞ୍ଚ ହୋଇଥିବାରୁ ତାଙ୍କୁ ଛୋଟୁ ବାବା ମଧ୍ୟ ସମ୍ବୋଧନ କରାଯାଇଥାଏ । ଭାରତର ସର୍ବବୃହତ ଧାର୍ମିକ ମହୋତ୍ସବ ମହାକୁମ୍ଭ ମେଳା ଆସନ୍ତା ୧୩ ତାରିଖରୁ ଆରମ୍ଭ ହେବାକୁ ଯାଉଛି । ଏଥିପାଇଁ ଉତ୍ତରପ୍ରଦେଶର ପ୍ରୟାଗରାଜରେ ବିଶେଷ ପ୍ରସ୍ତୁତି ଜାରି ରହିଛି । କୁମ୍ଭମେଳାରେ ଦେଶର ପ୍ରାୟ ସମସ୍ତ ସାଧୁସନ୍ଥଙ୍କ ସମାଗମ ହୋଇଥାଏ। ପ୍ରୟାଗରାଜରେ ଚାଲିଥିବା କୁମ୍ଭମେଳାରେ ମଧ୍ୟ ହଜାର ହଜାର ସାଧୁବାବା ଏକତ୍ରୀତ ହୋଇଛନ୍ତି। ଏହି ବାବାମାନେ ନିଜର ବେଶଭୂଷା ଓ ଜୀବନଶୈଳୀ ଲାଗି ସମାଗତ ଶ୍ରଦ୍ଧାଳୁଙ୍କ ନଜରକୁ ଆସିଥାଆନ୍ତି । ଏମିତି ଜଣେ ସାଧୁ ହେଲେ ଛୋଟୁ ବାବା । ଯିଏ ୩୨ ବର୍ଷ ହେଲାଣି ନଗାଧୋଇକି ଆଲୋଚନାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି ।

ଆସାମରୁ ଆସିଥିବା ଗଙ୍ଗାପୁରୀ ମହାରାଜଙ୍କ ଉଚ୍ଚତା ମାତ୍ର ୩ଫୁଟ ୮ ଇଞ୍ଚ | କୁହାଯାଉଛି ଯେ ସେ ୩୨ବର୍ଷ ପର୍ଯ୍ୟନ୍ତ ଗାଧୋଇ ନାହାଁନ୍ତି। ତାଙ୍କର ଏକ ମନୋସ୍କାମନା ପାଇଁ ସେ ଗାଧୋଉନଥିବା ସୂଚନା ଦେଇଛନ୍ତି । ଗଙ୍ଗାପୁରୀ ମହାରାଜ କହିଛନ୍ତି ଯେ ଗୁରୁଙ୍କ ଆଶୀର୍ବାଦରେ ସେ ସ୍ନାନ ନକରି ନିଜକୁ ସୁସ୍ଥ ରଖିଛନ୍ତି। ସେ କହିଛନ୍ତି ଯେ ଯେତେବେଳେ ତାଙ୍କର ମନୋସ୍କାମନା ପୂରଣ ହେବ, ସେତେବେଳେ ସେ ସ୍ନାନ କରିବେ । ତେବେ ଛୋଟୁ ବାବା କହିଛନ୍ତି ଯେ ମହାକୁମ୍ଭରେ ସେ ନୁହେଁ ବରଂ ତାଙ୍କ କେଶର ସ୍ନାନ କରାଯିବ। ସେ କହିଛନ୍ତି ଯେ କେଶ ଧୋଇବା ଆବଶ୍ୟକ । ଏହା ଆଧ୍ୟାତ୍ମିକ ପରିଷ୍କାରର ପ୍ରତୀକ ଅଟେ । ୫୭ବର୍ଷୀୟ ବାବା ତାଙ୍କର କମ ଉଚ୍ଚତାକୁ କେବେ ଦୁର୍ବଳତା ଭାବିନାହାନ୍ତି । ସେ କହିଛନ୍ତି ଯେ ଶରୀରର ଉଚ୍ଚତା ମୋ ଜୀବନରେ କୌଣସି ନକରାତ୍ମକ ପ୍ରଭାବ ପକାଇବ ନାହିଁ । ମୁଁ ପିଲାଦିନରୁ ସନ୍ନ୍ୟାସୀ ହୋଇଯାଇଥିଲି ଏବଂ ସେବେଠାରୁ ଆଧ୍ୟାତ୍ମିକ ଜୀବନଯାପନ କରୁଛି ।

ଆସନ୍ତା ୧୩ରେ ମହାକୁମ୍ଭ ମେଳା ହେବାକୁ ଥିବା ବେଳେ ଏହା ୧୨ବର୍ଷରେ ଥରେ ସଙ୍ଗଠିତ ହୁଏ । ସଙ୍ଗମର ଅର୍ଥ ହେଉଛି ସାକ୍ଷାତ । ଏହା ହେଉଛି ସେହି ସ୍ଥାନ ଯେଉଁଠାରେ ତିନୋଟି ପବିତ୍ର ନଦୀ, ଗଙ୍ଗା, ଯମୁନା ଏବଂ ଅଦୃଶ୍ୟ ସରସ୍ୱତୀ ମିଳିତ ହୁଅନ୍ତି  । ଭାରତୀୟ ଧାର୍ମିକ ସ୍ଥାନମାନଙ୍କ ମଧ୍ୟରେ ସଙ୍ଗମକୁ ସବୁଠାରୁ ପବିତ୍ର ସ୍ଥାନ ଭାବରେ ବିବେଚନା କରାଯାଏ   । ବିଶ୍ୱାସ କରାଯାଏ ଯେ ସଙ୍ଗମରେ ଗାଧୋଇବା ଦ୍ବାରା ଆତ୍ମା ଶୁଦ୍ଧ ହୋଇଥାଏ । ପୂଜା, ଧ୍ୟାନ ଏବଂ ପିଣ୍ଡ ଦାନ ପରି ଧାର୍ମିକ ରୀତିନୀତି ସଙ୍ଗମରେ ପାଳନ କରାଯାଏ  ।