କଟକଣାରେ ଚାଲିଛି ମହାକାଳୀଙ୍କ ମହାପୂଜା

ଭଦ୍ରକ: ଆରମ୍ଭ ହୋଇଛି ମହାକାଳୀଙ୍କ ମହାପୂଜା । ଗତକାଲି ରାତିରୁ ମଣ୍ଡପରେ ମାଆଙ୍କର ପୂଜାର୍ଚ୍ଚନା ଆରମ୍ଭ ହୋଇଛି । ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ ମାଆ ଭଦ୍ରକାଳୀଙ୍କର ସପ୍ତମାତୃକା ପୂଜାର୍ଚ୍ଚନା ହେଉଛି। ସାତ ଦିନରେ ସାତଟି ଵେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଉଛନ୍ତି ମାଆ। ଆଜି ଦ୍ୱିତୀୟ ଦିନରେ ମହାକାଳୀ ବେଶରେ ମାଆ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ।

ସବୁବେଳେ ମାଆ ଶାନ୍ତ ରୂପରେ ଦର୍ଶନ ଦେଉଥିବାବେଳେ ଆଜି ଉଗ୍ର ରୂପ ଧାରଣକରି ଦର୍ଶନ ଦେଉଛନ୍ତି । ଭଦ୍ରକର ଚରମ୍ପାରେ ୧୧ଟି ମଣ୍ଡପରେ ମାଆ ପୂଜା ପାଉଛନ୍ତି । କଟକଣାରେ ବିଧି ରକ୍ଷା ହେଉଥିବାବେଳେ ଶ୍ରଦ୍ଧାଳୁଙ୍କ ସମାଗମକୁ ସମ୍ପୁର୍ଣ୍ଣ ବାରଣ କରାଯାଇଛି। ସବୁବର୍ଷ ୧୦ଦି ଧରି ପୂଜା ହେଉଥିବାବେଳେ କରୋନା ପାଇଁ ଚଳିତବର୍ଷ ମାତ୍ର ୨ ଦିନ ପରେ ମାଆଙ୍କୁ ବିସର୍ଜନ କରାଯିବ ବୋଲି ସୂଚନା ମିଳିଛି।

ସେପଟେ କଟକରେ ମଧ୍ୟ କଟକଣାରେ ମାଆଙ୍କ ପୂଜା ଅନୁଷ୍ଠିତ ହେଉଛି । ସହରର ୭୧ଟି ପୂଜା ମଣ୍ଡପରେ ଗତକାଲି ରାତିରୁ ପୂଜାର୍ଚ୍ଚନା ଆରମ୍ଭ ହୋଇଛି। ନୂତନ ପୋଷାକ ଓ ଆଭୁଷଣରେ ସଜ୍ଜିତ ହୋଇ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ମାଆ।

Leave a Reply