spot_img

Latest Posts

ମହାକାଳପଡାରେ ବିଗୁଡୁଛି ଆଇନଶୃଙ୍ଖଳା, ହାତ ବାନ୍ଧି ବସୁଛି ପୋଲିସ

କେନ୍ଦ୍ରାପଡା: ମହାକାଳପଡା ବ୍ଲକରେ ବିଗୁଡୁଛି ଆଇନଶୃଙ୍ଖଳା। ପୋଲିସ ଜାଣି କି ହାତ ବାନ୍ଧି ବସୁଛି। ସୂଚନା ଅନୁଯାୟୀ, ବାବର ହାଟରେ ଦୀର୍ଘଦିନ ହେବ କିଛି ଅସାଧୁ ଯୁବକ ଗଣ୍ଡଗୋଳ କରିବା ସହିତ ଦୋକାନ ଗୁଡିକୁ ଭଙ୍ଗା ରୁଜା କରୁଛନ୍ତି। ଯାହାକୁ ନେଇ ହାଟରେ ଅଶାନ୍ତି ଲାଗି ରହିଛି। ଏନେଇ ପୋଲିସକୁ ଅବଗତ କଲେ ମଧ୍ୟ ପୋଲିସ ହାତ ବାନ୍ଧି ବସି ରହିଛି ।  ଏହାର ପ୍ରତିବାଦ କରି ବ୍ୟବସାୟମାନେ ଦୋକାନ ବନ୍ଦ କରି ଜମ୍ବୁ-କେନ୍ଦ୍ରାପଡା ମୁଖ୍ଯ ରାସ୍ତା ଅବରୋଧ କରିଛନ୍ତି।

ଦୋକାନ ବ୍ୟବସାୟମାନେ ରାସ୍ତା ଉପରେ ଟାୟାର ଜାଳି ପ୍ରତିବାଦ କରିଛନ୍ତି । ପୋଲିସକୁ ଏନେଇ ଜଣାଇଲେ ମଧ୍ଯ ଅଶାନ୍ତି ସୃଷ୍ଟି କରୁଥିବା ଦୁର୍ବୃତ୍ତଙ୍କୁ ଘଣ୍ଟ ଘୋଡାଯାଉଥିବା ଅଭିଯୋଗ ହୋଇଛି। ସ୍ଥାନୀୟ ବିଧାୟକ ଓ ପୋଲିସ ପ୍ରଶାସନ ଉପରେ ବର୍ଷିଛନ୍ତି ବାବର ବଜାର ବ୍ୟବସାୟୀ।

Latest Posts

Don't Miss