ଉଠିଲା ମହାଦୀପ, ହରିବୋଲରେ କମ୍ପିଲା ଲିଙ୍ଗରାଜ ପୀଠ
1 min readଭୁବନେଶ୍ୱର: ହଜାର ହଜାର ଭକ୍ତଙ୍କ ଶିବ ନାମ ଭିତରେ ଉଠିଛି ବାବା ଲିଙ୍ଗରାଜଙ୍କ ମହାଦୀପ । ହରିବୋଲ-ହୁଳହୁଳିରେ କମ୍ପିଛି ଲିଙ୍ଗରାଜ ପୀଠ । ବାବାଙ୍କ ମହାଦୀପର ସାନିଧ୍ୟ ପାଇବାକୁ ବ୍ୟାକୁଳ ରହିଥିଲେ ଲକ୍ଷାଧିକ ଭକ୍ତ-ଶ୍ରଦ୍ଧାଳୁ । ହାତରେ ଦୀପ-ତୁଣ୍ଡରେ ଶିବନାମକୁ ଉଚ୍ଚାରଣ କରୁଥାନ୍ତି ଅସଂଖ୍ୟ ଭକ୍ତ । ମନର ଦେବତାକୁ ହଦୃୟରେ ପୁଜୁଥାନ୍ତି ସଭିଏ । ଭକ୍ତିମୟ ପରିବେଶ ଆକୃଷ୍ଟ କରୁଥିଲା । ଦିବ୍ୟ ଉପାସନାରେ ଆକୃଷ୍ଟ ଭକ୍ତ ।
ଦୀର୍ଘ ସମୟର ଅପେରକ୍ଷା ପରେ ଉଠିଛି ପ୍ରଭୁ ଲିଙ୍ଗରାଜଙ୍କ ମହାଦୀପ । ପ୍ରଥମେ ମନ୍ଦିର ବେଢା ପରିକ୍ରିମା କରିବା ପରେ ମହାଦୀପ ଉଠିଛି । ଅସଂଖ୍ୟ ଭକ୍ତଙ୍କ ହରିବୋଲ ହୁଳହୁଳିରେ ମନ୍ଦିର ଉପରକୁ ଉଠିଛି ମହାଦୀପ । ଚଳିତବର୍ଷ ବିଳମ୍ବରେ ଉଠିଛି ମହାଦୀପ । ରାତି ୧.୫ ମିନିଟରେ ମହାଦୀପ ଉପରକୁ ଉଠିଥିଲା ।
ମନ୍ଦିରରେ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ଶାନ୍ତି ଶୃଙ୍ଖଳାର ସହ ଭଗବାନଙ୍କ ଦିବ୍ୟ ଦର୍ଶନ ଲାଭ କରିବା ପାଇଁ ବ୍ୟାରିକେଡର ବ୍ୟବସ୍ଥା କରାଯାଇଛି । ମନ୍ଦିରର ବେଢାରେ ଭକ୍ତଙ୍କ ଗହଳି ଅତ୍ୟନ୍ତ ହୃଦୟସ୍ପର୍ଶୀ । ସମସ୍ତେ ମାନସିକର ଦୀପକୁ ପ୍ରଭୁଙ୍କ ପାଖରେ ସମର୍ପି ଦେଇଛନ୍ତି । ପୋଲିସ-ଅଗ୍ନିଶମ ଏବଂ ମନ୍ଦିର ପ୍ରଶାସନର ଟିମ୍ ନିୟୋଜିତ ରହିଛନ୍ତି ।