‘ମହାଭାରତ’ ଦ୍ରୌପଦୀ ରୂପା ଗାଙ୍ଗୁଲି ବିବାହ ବିଚ୍ଛେଦ ପୂର୍ବରୁ ନିଜଠୁ ୧୩ ବର୍ଷ ସାନ ବ୍ୟକ୍ତିଙ୍କ ସହ ଥିଲେ ଲିଭ୍-ଇନ୍ ରେ !

1 min read

ମୁମ୍ବାଇ: କରୋନା ଜୀବାଣୁ ବିସ୍ତାର ରୋକିବା ପାଇଁ ଲକଡାଉନ୍ କୁ ଆସନ୍ତା ୩ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ତେବେ ଏହି ସମୟରେ, ପୁରୁଣା ପ୍ରସିଦ୍ଧ ଟିଭି ସିରିଏଲଗୁଡ଼ିକ ପୁଣିଥରେ ଦୁରଦର୍ଶନରେ ପ୍ରସାରିତ ହେଉଛି । ଏହି ତାଲିକାରେ ବିଆର ଚୋପ୍ରାଙ୍କ ‘ମହାଭାରତ’ର ମଧ୍ୟ ରହିଛି। ଏହି ଶୋ’କୁ ଏବେ ଦର୍ଶକଙ୍କର ବହୁତ ଭଲ ପାଇବା ମିଳୁଛି । ରୂପା ଗାଙ୍ଗୁଲି ଅନେକ ହିନ୍ଦୀ ଏବଂ ବଙ୍ଗଳା ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି । ତାଙ୍କ ଅଭିନୟ ପାଇଁ ସେ ଅନେକ ଲୋକପ୍ରିୟତା ମଧ୍ୟ ହାସଲ କରିଥିଲେ । କିନ୍ତୁ ରୂପା ‘ମହାଭାରତ’ରେ ଦ୍ରୌପଦୀଙ୍କ ଭୂମିକାରେ ଅଭିନୟ କରିବା ପରେ ଖୁବ ପ୍ରତି୍‌ଷ୍ଠା ଲାଭ କରିଥିଲେ । ମହାଭାରତରେ ରୂପା ଗାଙ୍ଗୁଲି ଦ୍ରୌପଦି ଭୂମିକାରେ ଅଭିନୟ କରିଛନ୍ତି । ତେବେ ଅଭିନେତ୍ରୀ ରୂପା ଗାଙ୍ଗୁଲିଙ୍କ ଜୀବନ ସମ୍ବନ୍ଧୀୟ କିଛି ଖାସ କଥା ଆଜିଯାଏଁ ଦର୍ଶକଙ୍କୁ ଜଣାନାହିଁ । ତେବେ ଏହି ତଥ୍ୟ ଉପରେ ନଜର ପକାନ୍ତୁ ।

‘ମହାଭାରତ’ରେ ଦ୍ରୌପଦୀ ଭୂମିକାରେ ଅଭିନୟ କରିଥିବା ଅଭିନେତ୍ରୀ ରୂପା ଗାଙ୍ଗୁଲିଙ୍କ ବ୍ୟକ୍ତିଗତ ଜୀବନରେ ଅନେକ ଉତ୍ଥାନ-ପତନ ହୋଇଥିଲା । ୧୯୯୨ ମସିହାରେ ରୁପା ଗାଙ୍ଗୁଲି ମେକାନିକାଲ୍ ଇଞ୍ଜିନିୟର ଧ୍ରୁବୋ ମୁଖାର୍ଜୀଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ବିବାହ ପରେ ସେ ନିଜ କ୍ୟାରିଅର୍ ଛାଡି ସ୍ୱାମୀ ଧ୍ରୁବୋ ମୁଖାର୍ଜୀଙ୍କ ସହ କୋଲକାତା ପଳାଇଥିଲେ । ଉଭୟଙ୍କର ଗୋଟିଏ ପୁଅ ଅଛି । କିନ୍ତୁ ବିବାହର କିଛି ବର୍ଷ ମଧ୍ୟରେ ଉଭୟଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥିଲା । ଦୁହେଁ ପରସ୍ପରଙ୍କଠାରୁ ଦୂରେଇବାକୁ ଲାଗିଥିଲେ । ଶେଷରେ ବିବାହର ୧୪ ବର୍ଷ ପରେ ଦୁହେଁ ୨୦୦୭ ମସିହାରେ ଅଲଗା ହୋଇଥିଲେ। ୨୦୦୯ ମସିହା ଜାନୁଆରୀ ମାସରେ ଆନୁଷ୍ଠାନିକ ଭାବେ ଉଭୟଙ୍କ ବିବାହ ବିଚ୍ଛେଦ ହୋଇଥିଲା ।

ବିବାହ ପରେ ରୁପା ଗାଙ୍ଗୁଲି ଆତ୍ମହତ୍ୟା ଉଦ୍ୟମ କରିଥିଲେ। ଏକ ସାକ୍ଷାତକାରରେ ରୁପା ଗାଙ୍ଗୁଲି କହିଛନ୍ତି ଯେ, ସେ ଥରେ ନୁହେଁ ତିନିଥର ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଛନ୍ତି। ବିବାହ ପରେ ତାଙ୍କ ସ୍ୱାମୀ ଧ୍ରୁବୋ ତାଙ୍କୁ ଘରଖର୍ଚ୍ଚ ପାଇଁ ଟଙ୍କା ମଧ୍ୟ ଦେଉନଥିଲେ। ରୂପା ଗାଙ୍ଗୁଲି ନିଜେ ଏହି ବିଷୟରେ କହିଛନ୍ତି। ଅଭିନେତ୍ରୀ କହିଥିଲେ ଯେ, ଏହି ସବୁ ଜିନିଷ ପାଇଁ ସେ ଜୀବନ ଶେଷ କରିବାକୁ ନିଷ୍ପତ୍ତି ନେଇଥିଲେ ।ଅଧିକ ନିଦ ବଟିକା ଖାଇ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ । କିନ୍ତୁ ତାଙ୍କୁ ପ୍ରତ୍ୟେକ ଥର ଉଦ୍ଧାର କରାଯାଇଥିଲା।

ସ୍ୱାମୀଙ୍କଠାରୁ ଅଲଗା ହେବା ପରେ ସେ ନିଜଠୁ ୧୩ ବର୍ଷ ସାନ ଗାୟକ ଦିବ୍ୟେନ୍ଦୁଙ୍କ ସହିତ ମୁମ୍ବାଇରେ ତାଙ୍କ ଫ୍ଲାଟରେ ରହୁଥିଲେ। ଏହା ପରେ ଗାଙ୍ଗୁଲି ମଧ୍ୟ ଦିବ୍ୟେନ୍ଦୁଙ୍କଠାରୁ ଅଲଗା ହୋଇଥିଲେ। ହେଲେ ସେ ଯେତେବେଳେ ଦିବ୍ୟେନ୍ଦୁଙ୍କ ସହ ରହୁଥିଲେ ସେତେବେଳେ ଗାଙ୍ଗୁଲି ନିଜ ସ୍ୱାମୀଙ୍କୁ ଛାଡପତ୍ର ଦେଇନଥିଲେ । ଟିଭି ରିଆଲିଟି ସୋ ‘ସଚ୍ଚ କାମନା’ରେ ରୂପା ଏହିସବୁ ବିଷୟରେ ପ୍ରକାଶ କରିଥିଲେ।

Leave a Reply