spot_img

Latest Posts

ଚଳଚଞ୍ଚଳ ଶୈବପୀଠ, ଉପବାସ ରହି ଜାଗର ଜାଳିବେ ଶ୍ରଦ୍ଧାଳୁ

ଭୁବନେଶ୍ୱର : ଆଜି ମହା ଶିବରାତ୍ରୀ । ଚଳଚଞ୍ଚଳ ଏକାମ୍ର କ୍ଷେତ୍ର । ଜାଗର ପାଇଁ ସଜେଇ ହୋଇଛି ବାବା ଲିଙ୍ଗରାଜଙ୍କ ମନ୍ଦିର।ଶୃଙ୍ଖଳିତ ଦର୍ଶନ ଉପରେ ଗୁରୁତ୍ବ ଦେଇଛି ମନ୍ଦିର ପ୍ରଶାସନ। ଭୋରରୁ ଆରମ୍ଭ ହୋଇଛି ଲିଙ୍ଗରାଜଙ୍କ ନୀତିକାନ୍ତି। ରାତି ୧୦ରୁ ୧୧ଟା ଭିତରେ ମହାଦୀପ ଉଠିବା ନେଇ ନୀତି ନିର୍ଘଣ୍ଟ ହୋଇଛି। ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଲାଗି ସ୍ଵତନ୍ତ୍ର ବ୍ୟବସ୍ଥା ହୋଇଛି । ଉପବାସ ରହି ଜାଗର ଜାଳିବେ ଶୈବଭକ୍ତ ।

ଭୋର ୩ ପହଡ ଖୋଲିବା ପରେ ୩ ଟାରୁ ସାଢେ ୩ଟା ମଙ୍ଗଳ ଆଳତୀ ଓ ଅବକାଶ ନୀତି । ଭୋର ୩ ଟା ୩୦ରୁ ଦିନ ୧୧ଟା ପର୍ଯ୍ଯନ୍ତ ସାହାଣମେଲା ଦର୍ଶନ ରହିଛି । ଏହାପରେ ଛାମୁ ପରିଷ୍କାର, ମାହାସ୍ନାନ ଓ ବେଶ, ସୂର୍ଯ୍ଯପୂଜା, ଦ୍ବାରାପାଳ ପୂଜା, ଶୀଜୀଉଙ୍କ ଓ ଠାକୁରାଣୀଙ୍କ ବଲ୍ଲଭ ଓ ସକାଳ ଧୂପ, ଭୋଗ ମଣ୍ଡପ ନିତୀ ହେବ । ପୁଣିଥରେ ସାହାଣମେଲା ପରେ ସନ୍ଧ୍ଯା ଆଳତୀ ଓ ଟେରାଫିଟା, ଶ୍ରୀଜୀଉଙ୍କ ମାଜଣା, ଯାତ୍ରା ପୂଜା ଓ ବେଢା ଏବଂ ତୀର୍ଥ ଜଳ ଆନୟନ ନିତୀକାନ୍ତି କରାଯିବ । ଚାରି ପ୍ରହର ପୂଜା ପରେ ହରିହର ଭେଟ ହେବ ବୋଲି ନିତୀନିଘଣ୍ଟ କରାଯାଇଛି ।

ବାବା ଲିଙ୍ଗରାଜଙ୍କ ଦର୍ଶନ ଲାଗି ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗିଛି। ଶ୍ରୀଲିଙ୍ଗରାଜ ଓ କପିଳେଶ୍ଵରଙ୍କ ଶୃଙ୍ଖଳିତ ଜାଗରଯାତ୍ରା ଲାଗି ବିଏମସି ମାର୍ଗଦର୍ଶିକା ଜାରିକରିଛି । ଅତିରିକ୍ତ କମିସନରଙ୍କୁ ପରିଚାଳନା ଦାୟିତ୍ବ ଦିଆଯାଇଛି । ମନ୍ଦିର ଚାରିପଟେ ଲିଚୁ ମାଳ ପକାଯାଇ ସୌନ୍ଦର୍ଯ୍ୟକରଣ କରାଯାଇଛି । ଖାଲି ଶ୍ରୀଲିଙ୍ଗରାଜଙ୍କ ମନ୍ଦିର ନୁହେଁ ବରଂ ସିଂହଦ୍ଵାର, ଭୋଗ ମଣ୍ଡପ, ଜଗମୋହନ, ଚାହାଣି ମଣ୍ଡପ, ଉତ୍ତର ଦ୍ବାର, ଦକ୍ଷିଣ ଦ୍ବାର, ମନ୍ଦିର ପଚେରି, କେଦାରଗୌରୀ ମନ୍ଦିର ଓ ମୁକ୍ତେଶ୍ଵର ମନ୍ଦିର ସୌନ୍ଦର୍ଯ୍ୟକରଣ କରାଯାଇଛି।

Latest Posts

Don't Miss