ଆଜି ମହାଶିବରାତ୍ରୀ, ଉତ୍ସବ ମୁଖର ବାବା ଆଖଣ୍ଡଳମଣୀଙ୍କ ପୀଠ

ଆରଡି: ଆଜି ଜାଗର । ଉତ୍ସବ ମୁଖର ବାବା ଆଖଣ୍ଡଳମଣୀଙ୍କ ପୀଠ । ମହାଶିବରାତ୍ରୀ ନୀତି ପାଇଁ ଭୋର ୪ଟାରେ ପହଡ଼ ଖୋଲି ମଙ୍ଗଳ ଆଳତୀ, କନିକାରାଜାଙ୍କ ପକ୍ଷରୁ ପହିଲି ଘର୍ଷଣଲାଗି ହୋଇଛି । ସକାଳ ୫ଟାରେ ଖେଚୁଡି ଅନ୍ନ ନୀତି ଭୋଗ ଲାଗି କରାଯାଇଛି । ପରେ ଭକ୍ତଙ୍କ ଦର୍ଶନ ପାଇଁ ସାହାଣମେଲା କରାଯାଇଛି । ଏଥିସହ ଜାଗର ନୀତି ପାଇଁ ସଂନ୍ଧ୍ୟା ୬ରୁ ରାତି ୧୨ଟା ଯାଏଁ ୪ ପ୍ରହର ଘର୍ଷଣ ନୀତି ସରିବା ପରେ ରାତି ଗୋଟାଏରେ ସୁନାବେଶ ସମ୍ପନ୍ନ ହେବ । ଭୋର ୫ଟାରେ ମନ୍ଦିର ଚୂଡାକୁ ମହାଦୀପ ଉଠିବ । ଏଥିପାଇଁ ସମସ୍ତ ପ୍ରସ୍ତୁତି ଉଭୟ ପ୍ରଶାସନ ଓ ସେବାୟତଙ୍କ ପକ୍ଷରୁ ସମ୍ପନ୍ନ ହୋଇଛି । ଭକ୍ତଙ୍କ ଭିଡ଼କୁ ଦୃଷ୍ଟିରେ ରଖି ପୋଲିସ ବିଭାଗ ପକ୍ଷରୁ ପୀଠରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଜଳପଥରେ ଆସୁଥିବା ଭକ୍ତମାନେ ଯେପରି ସୁରକ୍ଷିତ ଭାବେ ଆସିବେ, ସେଥିପାଇଁ ୩ଟି ନଦୀଘାଟରେ ଓଡ୍ରାଫ ଟିମ୍ ସହ ଅଗ୍ନିଶମ ବିଭାଗକୁ ନିୟୋଜିତ କରାଯାଇଛି ।