ମହାମାୟାଙ୍କ ମାହା ସପ୍ତମୀ: ଅଧିବାସ ଓ ବିଲ୍ବବରଣ ପରେ ମା’ଙ୍କର ଚକ୍ଷୁଦାନ

ଭୁବନେଶ୍ୱର: ଧରାବତରଣ କରିଛନ୍ତି ଜଗତଜନନୀ ମାଆ ଦୁର୍ଗା । ଆଜି ମଣ୍ଡପରେ ସପ୍ତମୀ ପୂଜା ଚାଲିଥିବାବେଳେ ପୀଠରେ ଅଷ୍ଟମୀ ପୂଜା କରାଯାଉଛି । ଗତକାଲି ବିଲ୍ବବରଣୀ ପରେ ମାଆଙ୍କୁ ଜିବନ୍ୟାସ ଦେଇ ମଣ୍ଡପ ଗୁଡିକରେ କରୋନା କଟକଣା ଭିତରେ ପୂଜା ଅନୁଷ୍ଠିତ ହେଉଛି । ମହାସପ୍ତମୀରେ ପରମ୍ପରା ଅନୁଯାୟୀ, ଅଧିବାସ ଓ ବିଲ୍ବବରଣ କରାଯାଇ ମାଆଙ୍କ ଚକ୍ଷୁଦାନ କରିଯାଇଛି । ସେପଟେ ଶକ୍ତିପୀଠ ଗୁଡିକରେ ମାଆଙ୍କ ଆରାଧନା ପରେ ଶାରଦୀୟ ରୀତିନୀତି ଚାଲିଛି ପୂଜା ।

ମହାମାୟାଙ୍କ ମହା ସପ୍ତମୀ । ଧରାବତଣ କଲେ ମାଆ ଦୁର୍ଗା । ଅଧିବାସ ଓ ବିଲ୍ବବରଣ ପରେ ଚକ୍ଷୁଦାନ । କଟକଣା ଭିତରେ ଚାଲିଛି ପୂଜାର୍ଚ୍ଚନା । ପରମ୍ପରା ଓ ରୀତିନୀତି ଅନୁସାରେ ରାଜ୍ୟର ସମସ୍ତ ପୂଜା ମଣ୍ଡପରେ ପୂଜାର୍ଚ୍ଚନା ଆରମ୍ଭ ହୋଇଥିଲେ ବି କରୋନା ପାଇଁ ଏଥର ନାହିଁ ଭକ୍ତଙ୍କ ଗହଳି ଚହଳି । ମଣ୍ଡପରେ ଶ୍ରଦ୍ଧାଳୁଙ୍କ ଦର୍ଶନ ବାରଣ ଯୋଗୁଁ କେବଳ ପୂଜକ ଓ ଆୟୋଜକଙ୍କୁ ନେଇ ପାଳନ ହେଉଛି ଶହ ଶହ ବର୍ଷର ପରମ୍ପରା । ମଣ୍ଡପରେ ଗତକାଲି ଷଷ୍ଠୀ ପୂଜା ଶେଷ ହୋଇଥିବାବେଳେ । ଆଜି ମହାସପ୍ତମୀରେ ପରମ୍ପରା ଅନୁଯାୟୀ, ଅଧିବାସ ଓ ବିଲ୍ବବରଣ କରାଯାଇ ମା’ଙ୍କର ଚକ୍ଷୁଦାନ କରାଯାଇଛି । ଶ୍ରଦ୍ଧାଳୁଙ୍କ ଦର୍ଶନ ବାରଣ ଯୋଗୁଁ କେବଳ ପୂଜକ ଓ ଆୟୋଜକଙ୍କୁ ନେଇ ପାଳନ ହେଉଛି ପୂଜାବିଧି ।

ମଣ୍ଡପରେ ସପ୍ତମୀ ପୂଜା ଚାଲିଥିବାବେଳେ ବିଭିନ୍ନ ଶକ୍ତିପୀଠରେ ମାଆଙ୍କ ଅଷ୍ଟମୀ ପୂଜା କରାଯାଉଛି । ଯାଜପୁର ବିରଜାଙ୍କ ପୀଠରେ ମାଆଙ୍କ ଦୁର୍ଲଭ ବେଶ ଓ ପାଦଦର୍ଶନ ନୀତି କରାଯାଇଛି । ଆରଡି ଆଖଣ୍ଡଳମଣିଙ୍କ ମନ୍ଦିରରେ ଦେବୀ ଜୟଦୁର୍ଗା ଆଜି ମହାଲକ୍ଷ୍ମୀ ବେଶରେ ଦର୍ଶନ ଦେଇଛନ୍ତି । ମୟୁରଭଞ୍ଜର ଅଧିଷ୍ଠାତ୍ରୀ ଦେବୀ ମାଆ କିଚକେଶ୍ୱରୀଙ୍କ ପୀଠରେ ବାସନ୍ତିକ ଦୁର୍ଗାପୂଜା ଅନୁଷ୍ଠିତ ହୋଇଛି । ସେପଟେ ସାଲେପୁର ମାଆ ଭଗବତୀ ଓ ମାଆ କନକ ଦୁର୍ଗାଙ୍କ ଅଷ୍ଟମୀ ପୂଜା ସହ ଅନୁଷ୍ଠିତ ହୋଇଛି ଶାରଦୀୟ ପୂଜାର ବିଶେଷ ନିତି । ଖୋର୍ଦ୍ଧା ତନ୍ତ୍ର ପୀଠ ମାଆ ଉଗ୍ରତାରାଙ୍କୁ ଲାଗି ହୋଇଛି ଶଂଖୁଡି ଭୋଗ । କରୋନା କଟଣା ଯୋଗୁଁ ଶକ୍ତିପୀଠର ବାହାରେ ୧୪୪ ଧାର ଲାଗୁ ହୋଇଛି । ମନ୍ଦିର ଭିତରେ ମାଆଙ୍କ ପୂଜା ଚାଲିଥିଲେ ସୁଦ୍ଧା ବାହାରୁ ଶ୍ରଦ୍ଧାଳୁ ଦର୍ଶନ କରି ଫେରୁଛନ୍ତି ।

Leave a Reply