୨୧ ଦିନରେ ୨୫ ଫୁଟର କୂଅ ଖୋଳି ପାଣି ସମସ୍ୟା ଦୂର କଲେ ଦମ୍ପତି

ମହାରାଷ୍ଟ୍ର: ଦେଶରେ କରୋନାର ପ୍ରଭାବ ବଢ଼ିବାରେ ଲାଗିଛି । ଆଉ ଏଥିପାଇଁ ସାରା ଦେଶକୁ ଲକଡାଉନ କରାଯାଇଛି । ସମସ୍ତେ ଏବେ ଘରେ ତାଲା ପଡ଼ି ରହିଛନ୍ତି । ଏହି ସମୟରେ ଘରେ କିଏ କେତେ କଣ କରୁଛନ୍ତି । କିଏ ନେଟରୁ ଦେଖି ଡାଲଗୋନା କଫି କଲାଣିତ ଆଉ କିଏ ଫେସବୁକରେ ଅନ୍ତାକ୍ଷରୀ ଖେଳିଲାଣି । ନିଜ ନିଜ ବିରକ୍ତି ପଣକୁ ହାଲକା କରିବା ପାଇଁ କିଏ କେତେ କଣ ଉପାୟ ଆପଣେଇଛନ୍ତି । କିନ୍ତୁ ଏହାରି ଭିତରେ ଗୋଟିଏ ପରିପାର କିଛି ଏମିତି କରିଛନ୍ତି ଯାହା ଆପଣ ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ । ଲକଡାଉନ ସମୟରେ ୨୫ ଫୁଟର କୂଅ ଖୋଳିଛନ୍ତି ମାତ୍ର ୨୧ ଦିନରେ ।

ସୂଚନା ଅନୁଯାୟୀ, ମହାରାଷ୍ଟ୍ର ୱାସିମ ଜିଲ୍ଲାର କରଖଡା ଗାଁର ବାସିନ୍ଦା ଗଜାନନ । ଦେଶରେ ଲକଡାଉନ ଚାଲିଥିବା ବେଳେ ସେ ଖାଲିରେ ଘରେ ନବସି ଘର ସାମ୍ନାରେ ଖୋଳିଛନ୍ତି ଏକ ୨୫ ଫୁଟର କୂଅ । ଗଜାନନ କହିଛନ୍ତିଯେ, ସେ ଆଉ ତାଙ୍କ ସ୍ତ୍ରୀ ଲକଡାଉନ ସମୟରେ କିଛି କରିବା ପାଇଁ ଚିନ୍ତିା କରିଥିଲେ । ସେ ଘର ସାମ୍ନାରେ ଏକ କୂଅ ଖୋଳିବା ପାଇଁ ନିଷ୍ପତ୍ତି ନେଇଥିଲେ । ଏବଂ ଭୂମି ପୂଜା କରି କୂଅ ଖୋଳିବା ଆରମ୍ଭ କରିଥିଲେ ।

ସେମାନେ କୌଣସି ଯାନ୍ତ୍ରିକ ଉପକରଣ ବ୍ୟବହାର କରିନଥିଲେ  । କୂଅ ଖୋଳିବା ପାଇଁ ହାତ ଏବଂ ସାମାନ୍ୟ ଉପକରଣ ଉପରେ ନିର୍ଭର କରିଥିଲେ । ସେମାନଙ୍କୁ ତାଙ୍କର ଗାଁ ଲୋକେ ପ୍ରଥମେ ପରିହାସ କରିଥିଲେ ।  ତେବେ ୨୧ ଦିନ ଭିତରେ ୨୫ ଫୁଟର ଗାତ ଖୋଳିବା ପରେ ପାଣି ବାହାରିଥିଲା । ଯାହାପରେ ଗାଁ ଲୋକେ ସେମାନଙ୍କୁ ସମ୍ବୋର୍ଦ୍ଧନା କରିଥିଲେ । ସେଆହୁରି ମଧ୍ୟ କହିଛନ୍ତି ଯେ କୂଅ ଖୋଳିବାର ଆଉ ଏକ ପ୍ରମୁଖ କାରଣ ହେଉଛି ସ୍ଥାନୀୟ ଜଳ ଯୋଗାଣ ଯୋଜନା ଅଧିକାଂଶ ସମୟରେ ବନ୍ଦ ହୋଇଯାଏ ।

ଯାହା ପାଇଁ ଆମକୁ ଅଧିକାଂଶ ସମୟରେ ଅସୁବିଧାର ସମୁଖିନ ହେବାକୁ ପଡ଼ିଥାଏ । ସେଥିପାଇଁ ଶୁଖିଲା ଟ୍ୟାପକୁ ଦେଖିବା ଅପେକ୍ଷା କୂଅ ଖୋଳିବା ଏକ ଉତ୍ତମ ବିକଳ୍ପ ଅଟେ । ଏହା କରି ସେମାନେ ବହୁତ ଖୁସି ଥିବା ସହ ନିଜର ପାଣି ସମସ୍ୟାକୁ ସୁଧାରି ପାରିଛନ୍ତି ବୋଲି ସେ କହିଛନ୍ତି ।

Leave a Reply