ଟଏଲେଟ୍ କାହିଁକି ସଫା କଲେ ଶଙ୍କରରାଓ ଚୌହାନ ସରକାରୀ ଡାକ୍ତରଖାନାର ଡିନ୍?

1 min read

ମୁମ୍ବାଇ: ଗତ ୪୮ ଘଣ୍ଟା ମଧ୍ୟରେ ମହାରାଷ୍ଟ୍ରର ନନ୍ଦେଡର ଏକ ସରକାରୀ ଡାକ୍ତରଖାନାରେ ୧୬ ନବଜାତ ଶିଶୁଙ୍କ ସମେତ ମୋଟ ୩୧ ଜଣଙ୍କର ମୃତ୍ୟୁ ଘଟିଛି। ଏହି ଘଟଣା ପରେ ସରକାରୀ ଡାକ୍ତରଖାନାର ସ୍ୱାସ୍ଥ୍ୟ ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏହି ପ୍ରସଙ୍ଗରେ ଏନସିପି ସାଂସଦ ସୁପ୍ରିୟା ସୁଲେ ରାଜ୍ୟ ସରକାରଙ୍କୁ ସମାଲୋଚନା କରି ହତ୍ୟାକାରୀ ସରକାର ବୋଲି କହିବାକୁ ମଧ୍ୟ ପଛାଇନାହାଁନ୍ତି।

ରିପୋର୍ଟ ଅନୁଯାୟୀ, ଶିବସେନା ସାଂସଦ ହେମନ୍ତ ପାଟିଲ ହସ୍ପିଟାଲର ସ୍ଥିତି ପରଖିବାକୁ ଆସି ଚିହିଁକି ଉଠିଥିଲେ। ସେ ଡାକ୍ତରଖାନାରେ ବୁଲୁଥିବା ସମୟରେ ହସ୍ପିଟାଲର ଏକ ଟଏଲେଟ୍ ଅପରିଷ୍କାର ଥିବା ଦେଖିବାକୁ ପାଇଥିଲେ। ଯାହାପରେ ସେ ଚିହିଁକି ଉଠିଥିଲେ ଏବଂ ତୁରନ୍ତ ଡିନଙ୍କୁ ଡକାଇଥିଲେ । ସ୍ଥିତି ଏଭଳି ହୋଇଥିଲା ଯେ, ସେ ଡାକ୍ତରଖାନାର ଡିନ୍ ଶ୍ୟାମରାଓ ୱାକୋଡେଙ୍କୁ ଟଏଲେଟ୍ ସଫା କରିବା ପାଇଁ କହିଥିଲେ। ଡିନ୍ ଟଏଲେଟ ସଫା କରୁଥିବାର ଏକ ଭିଡିଓ ସୋସିଆଲ୍ ମିଡିଆରେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି ।

ଉକ୍ତ ଭିଡ଼ିଓରେ ହସ୍ପିଟାଲ୍ ଡିନ୍ ଟଏଲେଟ୍ ସଫା କରୁଥିବାର ନଜର ଆସିଛନ୍ତି । ଏପରିକି ସେ ଟଏଲେଟ୍ ସଫା କରୁଥିବା ବେଳେ ସାଂସଦ ପାଖରେ ଛିଡା ହୋଇ ପାଇପ ଯୋଗେ ପାଣି ମାରୁଛନ୍ତି ।