spot_img

Latest Posts

ବଢିଲା ଦୁଇ ମିନିଟର ମ୍ୟାଗିର ଦାମ୍, ଜାଣନ୍ତୁ କେଉଁ ପ୍ୟାକେଟରେ କେତେ ବଢିଲା

ନୂଆଦିଲ୍ଲୀ: ମାର୍ଚ୍ଚ ମାସରେ କ୍ଷୀର ସିଲିଣ୍ଡର ପରେ ଏବେ ମହଙ୍ଗା ହୋଇଛି ୨ମିନିଟର ମ୍ୟାଗି । ଏବଂ ମହଙ୍ଗା ଲିଷ୍ଟରେ ଏବେ ସାମିଲ ହୋଇଛି ସମସ୍ତଙ୍କ ପ୍ରଥମ ପସନ୍ଦ ମ୍ୟାଗି । ମ୍ୟାଗି ନୁଡଲ୍‌ସ, ଚା, କଫି ଓ କ୍ଷୀର ଆଦିର ଦର ବୃଦ୍ଧି ପାଇଛି । ପିଲାମାନଙ୍କର ପସନ୍ଦ ମ୍ୟାଗିର ଛୋଟ ପ୍ୟାକେଟ ଏବେ ୧୪ ଟଙ୍କାରେ ମିଳିବ । ନେଷ୍ଟ୍‌ଲେ ଇଣ୍ଡିଆ ଓ ହଲ୍‌ ସେମାନଙ୍କର ଏହି ସବୁ ସାମଗ୍ରୀ ଉପରେ ଦର ବୃଦ୍ଧି କରିଛନ୍ତି ।

ତେବେ ମ୍ୟାଗି ନୁଡୁଲ୍ସର ଦର ୯ରୁ ୧୬ ପ୍ରତିଶତ ବୃଦ୍ଧି ପାଇ ୧୨ ଟଙ୍କିଆ ପ୍ୟାକେଟ୍‌ର ଦର ୧୪ ଟଙ୍କା ହୋଇଛି । ଏବଂ ୫୫୦ ଗ୍ରାମର ମ୍ୟାଗି ପ୍ୟାକେଟ୍‌ ଏବେ ୧୦୫ ଟଙ୍କାରେ ପହଞ୍ଚିଛି, ଯାହାର ଦର ପୂର୍ବରୁ ୯୬ ଟଙ୍କା ଥିଲା। ସେହିପରି A+ କ୍ଷୀରର ଦର ବଢ଼ାଇଛି ‌ନେଷ୍ଟ୍‌ଲେ। ପୂର୍ବରୁ ୧ ଲିଟରକୁ ୭୫ ଟଙ୍କା ଥିବା ବେଳେ ଏବେ ତାହା ୭୮ ଟଙ୍କା ହୋଇଛି। ସେହିପରି ନେସ୍‌କେଫେ ୨୫ଗ୍ରାମ୍‌ ର ଦର ପୂର୍ବରୁ ୭୮ ଟଙ୍କା ଥିବା ବେଳେ ଏବେ ଏହା ୮୦ ଟଙ୍କା ହୋଇଛି। ଏବଂ  ୫୦ ଗ୍ରାମର ଦର ପୂର୍ବରୁ ୧୪୫ ଟଙ୍କା ଥିବା ବେଳେ ଏବେ ୧୫୦ ଟଙ୍କା ହୋଇଛି।

ଅନ୍ୟପଟେ ହଲ୍‌ ମଧ୍ୟ ତା’ର କଫି ବ୍ରାଣ୍ଡ୍‌ ବ୍ରୁର ଦର ବୃଦ୍ଧି କରିଛି । ବ୍ରୁ କଫି ଉପରେ ୩ରୁ ୭ ପ୍ରତିଶତ ବୃଦ୍ଧି ହୋଇଛି । ବ୍ରୁ ଗୋଲ୍‌ଡ କଫି ଉପରେ ୩ରୁ ୪ ପ୍ରତିଶତ ଅଧିକ ଦର ବୃଦ୍ଧି ହୋଇଥିବା ବେଳେ ବ୍ରୁ ଇନ୍‌ଷ୍ଟାଣ୍ଟ୍‌ କଫିର ଛୋଟ ପ୍ୟାକେଟ ଉପରେ ୬.୬ ପ୍ରତିଶତ ଦର ବୃଦ୍ଧି ହୋଇଛି। ସେହିପରି ତାଜ୍‌ମହଲ ଚା’ ଉପରେ ୩.୭ ପ୍ରତିଶତରୁ ୫.୮ ପ୍ରତିଶତ ପର୍ଯ୍ୟନ୍ତ ଦର ବୃଦ୍ଧି ହୋଇଛି। ସେହିପରି ବ୍ରୋକ୍‌ ବଣ୍ଡ୍‌ ସାମଗ୍ରୀ ଉପରେ ୧.୫ ପ୍ରତିଶତରୁ ୧୪ ପ୍ରତିଶତ ବୃଦ୍ଧି ପାଇଛି।

Latest Posts

Don't Miss