ବାହା ନ ହେଲେ ଚ୍ୟାଟ୍ ଲିକ୍ କରିଦେବି, ଗର୍ଲଫ୍ରେଣ୍ଡକୁ ଧମକ ଦେଲେ ଯୁବତୀ

ବାହା ନେହେଲେ ଚ୍ୟାଟ୍‌ ଲିକ୍‌ କରିଦେବି । ଯୁବତୀ ହୋଇ ଯୁବତୀଙ୍କୁ ଦେଲେ ବିବାହ ଧମକ ।ରାଜସ୍ଥାନର ନାଗୌରରେ ଘଟିଛି ଏହି ଅଭାବନୀୟ ଘଟଣା  । ଯେଉଁଠାରେ ଜଣେ ଯୁବତୀ ତାଙ୍କ ଝିଅ ବନ୍ଧୁଙ୍କ ଘର ସାମ୍ନାରେ ଧମକ ଦେଉଛନ୍ତି । ଯୁବତୀ ଜଣଙ୍କ ବିବାହ କରିବା ପାଇଁ ଚାପ ପକାଉଛନ୍ତି । ଉକ୍ତ ଘଟଣାକୁ ନେଇ ଯୁବତୀ ଜଣକ ଥାନାରେ ଅଭିଯୋଗ କରିଛନ୍ତି । ତେବେ ଅଭିଯୋଗ କରିଥିବା ଯୁବତୀଙ୍କ କହିବା ହେଉଛିଯେ, କିଛି ବର୍ଷ ପୂର୍ବରୁ ଉଭୟଙ୍କର ସୋସିଆଲ ମିଡିଆରେ ଯୋଗାଯୋଗ ହୋଇଥିଲା । ପ୍ରଥମେ ବନ୍ଧୁତା ଏବଂ ପରେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା ।

ଖବର ଅନୁସାରେ ଯୁବତୀ ଜଣକ ତାଙ୍କ ପ୍ରେମିକାଙ୍କ ଘର ସାମ୍ନାରେ ଖୁବ୍‌ ଗଣ୍ଡଗୋଳ କରିଛନ୍ତି । ଏହା ସହିତ ବିବାହ କରିବାକୁ ଧମକ ଦେଉଛନ୍ତି । ପ୍ରେମିକାକୁ ଜବରଦସ୍ତି ସେଠାରୁ ନେଇଯିବାକୁ ଯୁବତୀ ଜଣକ ଉଦ୍ୟମ କରିଥିଲେ । କିନ୍ତୁ ଅନ୍ୟ ଯୁବତୀ ଜଣକ ସେଠାରୁ ଯିବାକୁ ମନା କରି ଦେଇଥିଲେ । ଯାହାପରେ ଯୁବତୀ ଜଣକ ରାଗି ଯାଇ ସୋସିଆଲ ମିଡିଆରେ ଚ୍ୟାଟ୍‌ ଲିକ୍‌ କରିଦେବାରେ ଧମକ ଦେଇଥିଲେ । କେବଳ ଏତିକି ନୁହେଁ ପୀତିତ ଯୁବତୀଙ୍କ କହିବା ହେଉଛି ତାଙ୍କ ପ୍ରେମିକା ୧୦ ଲକ୍ଷ ଟଙ୍କ ଦାବି କରିଥିଲେ । ତେବେ ଅଭିଯୋଗ ପରେ ପୋଲିସ୍‌ ଏକ ମାମଲା ରୁଜୁ କରି ଅଭିଯୁକ୍ତ ଯୁବତୀଙ୍କୁ ଗିରଫ କରିଛି ।