spot_img

Latest Posts

ବାହାଘର ଶୋଭାଯାତ୍ରା ହେଲା ମହାଯାତ୍ରା, ହୃଦଘାତରେ ଘୋଡ଼ା ପିଠିରେ ହିଁ ଟଳିପଡିଲେ ବର

ମଧ୍ୟପ୍ରଦେଶ: ଜୀବନ ଅନିଶ୍ଚିତ; କାହାର କେତେବେଳେ ମୃତ୍ୟୁ ଆସିବ ତାହା କଳ୍ପନା କରିବା ଅସମ୍ଭବ । ତେବେ ମଧ୍ୟପ୍ରଦେଶର ଶେଓପୁରରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି, ଯେଉଁଠାରେ ବିବାହ ଉତ୍ସବ ଶୋକସଭାରେ ପରିଣତ ହୋଇଛି। ଘୋଡା ଉପରେ ବସିଥିବା ସମୟରେ ବର ଜଣକ ହୃଦଘାତର ଶିକାର ହୋଇ ମୃତ୍ୟୁବରଣ କରିଛନ୍ତି। ମଞ୍ଚ ସାମ୍ନାରେ ବର ମୃତ୍ୟୁର ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ଏହି ହୃଦୟବିଦାରକ ଘଟଣା ବିବାହର ଖୁସିକୁ ଦୁଃଖରେ ପରିଣତ କରିଦେଇଛି  ।

ଚାଲିଥିଲା ଧୂମଧାମରେ ବାହାଘର। ନାଚଗୀତରେ ମସଗୁଲ ଥିଲେ ବରଯାତ୍ରୀ। ଘୋଡା ପିଠିରେ ସବାର ହୋଇଥିଲେ ବର। ଦେହରେ ଥିଲା ରାଜକୀୟ ପୋଷାକ। ସ୍ବପ୍ନ ଥିଲା ଅସୁମାରୀ। ହେଲେ କିଏ ଜାଣିଥିଲା ଅକାଳରେ ଆସିଯିବ ମୃତ୍ଯୁ। ଅକସ୍ମାତ ଘୋଡା ଉପରେ ହିଁ ଟଳିପଡିଲେ ବର। କେହିକିଛି ବୁଝିବା ପୂର୍ବରୁ ସବୁକିଛି ହୋଇଯାଇଥିଲା ଶେଷ। ଏହି ଦୁଃଖଦ ଘଟଣା ଘଟିଛି ମଧ୍ଯପ୍ରଦେଶର ସେଓପୁର ଜିଲ୍ଲାରେ। ମୃତକ ହେଉଛନ୍ତି ପ୍ରଦୀପ  ଜାଟ। ସେ ଛାତ୍ର କଂଗ୍ରେସର ପୂର୍ବତନ ସଭାପତି ଥିଲେ। ଜାକଜମକରେ ପ୍ରଦୀପ ଜାଟଙ୍କ ବାହାଘର ଚାଲିଥିଲା। ଶହ ଶହ ଅତିଥି ଅଭ୍ଯାଗତ ଉପସ୍ଥିତ ଥିଲେ। ତେବେ ବିଧାତାର ଥିଲା ଭିନ୍ନ ଇଙ୍ଗିତ। ଘୋଡା ଉପରେ ବସି ସମସ୍ତଙ୍କୁ ଦେଖି ଆତ୍ମହରା ହେଉଥିବା ପ୍ରଦୀପଙ୍କୁ ହଠାତ୍ ହୃଦଘାତ ହୋଇଥିଲା। ସେ ଘୋଡା ଉପରେ ହିଁ ଟଳିପଡିଥିଲେ। ତାଙ୍କୁ ତୁରନ୍ତ ହସ୍ପିଟାଲ ନିଆଯାଇଥିଲା। ମାତ୍ର ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଏହି ସମସ୍ତ ଦୃଶ୍ୟ ସିସିଟିଭିରେ କଏଦ ହୋଇଥିଲା। ହସଖୁସିରେ ଚାଲିଥିବା ଉତ୍ସବରେ ନିମିଷକେ ମଧ୍ୟରେ ଘୋଟିଯାଇଥିଲା ଶୋକ। ତାଙ୍କର ବୟସ ୨୬ ବର୍ଷ ବୋଲି ଜଣାଯାଇଛି। ମୃତ ବର, ପ୍ରଦୀପ ଜାଟ, କଂଗ୍ରେସ ଦଳର ରାଜ୍ୟ ସମ୍ପାଦକ ଯୋଗେଶ ଜାଟଙ୍କ ଭଣଜା ଥିଲେ। ସେ NSUIର ପୂର୍ବତନ ଜିଲ୍ଲା ସଭାପତି ମଧ୍ୟ ଥିଲେ।

Latest Posts

Don't Miss