ମାଲକାନଗିରିରେ ନିଖୋଜ ମଧ୍ୟ ପ୍ରଦେଶର ଇଞ୍ଜିନିଅର, ଖୋଜୁଛି ଅଗ୍ନିଶମ

1 min read

ମାଲକାନଗିରି: ମଝି ନଇରେ ବୁଡିଲା ଡଙ୍ଗା । ବୁଡିଗଲେ ୬ ଜଣ । ହେଲେ ୫ ଜଣଙ୍କୁ ସୁରକ୍ଷିତ ଉଦ୍ଧାର କଲା ଅଗ୍ନିଶମ ବାହିନୀ  । ଏବେ ବି ଜଣେ ନିଖୋଜ ଥିବା ଜଣାପଡିଛି । ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଅନ୍ତର୍ଗତ କୁଟୁମ୍ ପାଲି ଡ଼ଙ୍ଗା ଘାଟରେ ଘଟିଛି ଏହି ଅଘଟଣ  ।

ନିଖୋଜ ବ୍ୟକ୍ତି ହେଲେ ମଧ୍ୟପ୍ରଦେଶର  କୈଳାସ ପ୍ରସାଦ ସାହୁ  । କୈଳାସ ସେଠାରେ ହେଉଥିବା ବ୍ରିଜ କାର୍ଯ୍ୟରେ ସାଇଟ୍ ଇଂଜିନିୟର ଭାବେ କାର୍ଯ୍ୟ କରୁଥିଲେ  । ଏବେ ବି  MV 79 ପୋଲିସ୍ ଓ ଦମକଳ ବାହିନୀ ଉଦ୍ଧାର କାର୍ଯ୍ୟ ଜାରି ରଖିଛି।