କେନଲାରେ ଖସିପଡ଼ିଲା ବସ୍, ଏକାଥରକେ ୪୫ ଜଣଙ୍କ ଜୀବନ ଗଲା

1 min read
Madhya Pradesh Bus Accident

ମଧ୍ୟପ୍ରଦେଶ: ମଧ୍ୟପ୍ରଦେଶର ସିଦ୍ଧି ଜିଲ୍ଲାରେ ବସ୍ ଦୁର୍ଘଟଣା । କେନଲାରେ ବସ୍ ଓଲଟି ୪୫ ଜଣକ ପ୍ରାଣହାନୀ । ସେମାନଙ୍କ ମଧ୍ୟରେ ୨୦ ଜଣ ମହିଳା ଥିବା ଜଣାପଡ଼ିଛି । ବସ୍‌ଟି ସତନାକୁ ଯାଉଥିବା ବେଳେ ରେୱା-ସିଦ୍ଧ ସୀମାନ୍ତରେ ଚୁହିଆଗାଟୀ ନିକଟରେ ଥିବା କେନାଲରେ ଖସି ପଡ଼ିଥିଲା । ବସ୍‌ଟି କେନାଲରେ ପଡିଯିବା ଫଳରେ ଲୋକେ ପାଣି ଭିତରେ ଫସି ଯାଇଥିଲେ ।

ଫଳରେ ଘଟଣାସ୍ଥଳରେ ଅନେକଙ୍କ ମୃତ୍ୟୁ ହୋଇଥିଲା । ବସ୍‌ରେ ମୋଟ୍ ୫୪ ଜଣ ଯାତ୍ରୀ ଥିଲେ । ଏମାନଙ୍କ ମଧ୍ୟରୁ ଅନେକ ମହିଳା ଓ ଶିଶୁ ଥିବା ଜଣାପଡିଛି । ବନସାଗର ପ୍ରକଳ୍ପ କେନାଲରେ ବସ୍‌ଟି ଖସି ପଡ଼ିଥିବା ବେଳେ କିଛି ମୃତକଙ୍କ ପରିଚୟ ମିଳିପାରିନାହିଁ । ଏସ୍‌ଡିଆର୍‌ଏଫ୍‌ ଟିମ୍‌ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି ।

ଦୁର୍ଘଟଣାରେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଦୁଃଖ ପ୍ରକାଶ କରିବା ସହ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ମୃତକଙ୍କ ପରିବାର ପ୍ରତି ୫ ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ଘୋଷଣା କରିଛନ୍ତି ମଧ୍ୟ ପ୍ରଦେଶ ସରକାର । ଘଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ପରିବାରକୁ ଦୁଇ ଲକ୍ଷ ଏବଂ ଆହତଙ୍କ ପରିବାରକୁ ୫୦ ହଜାର ଲେଖାଁଏ ସହାୟତା ପ୍ରଦାନ କରାଯାଇଛି ।

Leave a Reply