ମଧୁସୂଦନ ଆଇନ ବିଶ୍ୱବିଦ୍ୟାଳୟକୁ ମିଳିଲା ୟୁଜିସି ମାନ୍ୟତା
ଭୁବନେଶ୍ୱର: ମଧୁସୂଦନ ଆଇନ ବିଶ୍ୱବିଦ୍ୟାଳୟ ପାଇବାରୁ ଯାଉଛି ୟୁଜୁସି ମାନ୍ୟତା । ୟୁଜୁସି ଅଧିନିୟମ 1956, ଧାରା 2(ଏଫ୍) ଅନୁଯାୟୀ ୟୁନିଭରସିଟି ଗ୍ରାଣ୍ଟ କମିସନ (ୟୁଜିସି) ବିଶ୍ୱବିଦ୍ୟାଳୟର ମାନ୍ୟତା ଦେବା ସହ ବିଶ୍ୱବିଦ୍ୟାଳୟ ତାଲିକାରେ ଅନ୍ତ୍ରର୍ଭୁକ୍ତ କରାଯାଇଥିବା ସୂଚନା ପ୍ରଦାନ କରିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଏହା ସହିତ ଆଗାମୀ ଦିନରେ ମଧୁସୂଦନ ଆଇନ ବିଶ୍ୱବିଦ୍ୟାଳୟ ୟୁଜିସି ଅଧିନିୟମ 1956, ଧାରା 12(ବି) ଅନୁସାରେ ଖୁବ ଶୀଘ୍ର କେନ୍ଦ୍ରୀୟ ଅନୁଦାନ ପାଇବ । ଏହା ନିଶ୍ଚିତ ଭାବରେ ଓଡ଼ିଶାର ଆଇନ ବିଦ୍ୟାର୍ଥୀଙ୍କ ଆଶା ଓ ଆକାଂକ୍ଷାକୁ ପୂରଣ କରିବ ବୋଲି ମତ ପ୍ରକାଶ କରିଛନ୍ତି କେନ୍ଦ୍ରଶିକ୍ଷା ମନ୍ତ୍ରୀ ।
ଓଡିଶାରେ ଆଇନଜୀବୀ ଛାତ୍ରମାନେ ଏହା ଦ୍ୱାରା ଫଳପ୍ରଦ ପାଇବା ସହ ଆଗାମୀ ଦିନରେ ଅଧିକ ଶିକ୍ଷଣୀୟ ତଥ୍ୟ ହାସଲରେ ସହାୟକ ହେବ । କଟକ ମଧୁସୂଦନ ଆଇନ ବିଶ୍ୱବିଦ୍ୟାଳୟ ଓଡ଼ିଶାର ଏକ ପୁରାତନ ଶିକ୍ଷାନୁଷ୍ଠାନ । ଏହି ବିଶ୍ୱବିଦ୍ୟାଳୟ ୟୁଜିସି ମାନ୍ୟତା ପାଇବା ପରେ ଅଧିକ କ୍ରିୟାଶୀଳ ହେବ ।