ରାଜନୀତିରେ KHAM ଥିଓରୀ ପ୍ରବର୍ତ୍ତକ ମାଧବ ସିଂହ ସୋଲାଙ୍କିଙ୍କ ନିଧନ,୪ ଥର ଥିଲେ ଗୁଜୁରାଟ ମୁଖ୍ୟମନ୍ତ୍ରୀ

1 min read

ଅହମ୍ମଦାବାଦ: ଗୁଜୁରାଟ ରାଜନୀତିରେ ଖାମ୍ ଥିଓରୀ ପ୍ରଣେତା ମାଧବ ସିଂହ ସୋଲାଙ୍କିଙ୍କ ୯୩ ବର୍ଷ ବୟସରେ ନିଧନ ହୋଇଛି । ସେ ଚାରି ଥର ଗୁଜୁରାଟ ମୁଖ୍ୟମନ୍ତ୍ରୀ ଥିଲେ । ପିଭି ନରସିଂହ ରାଓଙ୍କ ସରକାରରେ ସେ ବୈଦେଶିକ ମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ । ଗୁଜୁରାଟ ରାଜନୀତିରେ ତାଙ୍କୁ କ୍ଷତ୍ରୀୟ,ହରିଜନ ଆଦିବାସୀ ଓ ମୁସଲିମ ଭୋଟ ବ୍ୟାଙ୍କ ତିଆରି କରିବାର ଶ୍ରେୟ ଦିଆଯାଇଥାଏ । କ୍ଷତ୍ରୀୟ,ହରିଜନ ଆଦିବାସୀ ଓ ମୁସଲିମ(ଖାମ୍) ଭୋଟକୁ ନେଇ ସୋଲାଙ୍କି ଯେଉଁ ସମୀକରଣ ତିଆରି କରିଥିଲେ ତାହା କଂଗ୍ରେସକୁ ଏକଦା ଗୁଜୁରାଟରେ ନମ୍ବର ଏକ ଶକ୍ତି କରିଥିଲା । ୧୯୮୦ ଦଶକରେ ସୋଲାଙ୍କି ଏହି ୪ ବର୍ଗର ସମର୍ଥନରେ ବହୁମତ ପାଇ କ୍ଷମତାକୁ ଆସିଥିଲେ ।

Congress leader Madhav Singh Solanki passes away, PM Modi condoles death -  INDIA - GENERAL | Kerala Kaumudi Online

ତେବେ ସୋଲାଙ୍କିଙ୍କ ଏହି ନୀତି କାରଣରୁ ଗୁଜୁରାଟ ରାଜନୀତିରେ ପ୍ରଭାବ ରଖୁଥିବା ପଟେଲ ଭୋଟ ବ୍ୟାଙ୍କ କଂଗ୍ରେସଠାରୁ ଅଲଗା ହୋଇଯାଇଥିଲେ ।ଯାହା ପରେ ବିଜେପିକୁ ଫାଇଦା ପହଂଚାଇଥିଲା । ପେଶାରେ ଓକିଲ ସୋଲାଙ୍କି କୋଲି ସମ୍ପ୍ରଦାୟରୁ ଆସିଥିଲେ । ପ୍ରଥମ ଥର ପାଇଁ ସେ ୧୯୭୭ ମସିହାରେ ଗୁଜୁରାଟ ବିଧାନସଭାକୁ ପ୍ରବେଶ କରିଥିଲେ । ୧୯୮୦ ମସିହାରେ ସୋଲାଙ୍କିଙ୍କ ଖାମ୍ ଚାଲ ଦ୍ୱାରା କଂଗ୍ରେସ ବିଧାନସଭାର ୧୮୨ ଆସନରୁ ୧୪୧ ସିଟ୍ ଜିତି ପାରିଥିଲା । ସେତେବେଳେ ବିଜେପିକୁ ମାତ୍ର ୯ ଆସନ ମିଳିଥିଲା ।

Former Gujarat Chief Minister Madhav Singh Solanki dies at 94 | ગુજરાતના  સૌથી લોકપ્રિય મુખ્યમંત્રી રહી ચુકેલા માધવસિંહ સોલકીનું 94 વર્ષની વય નિધન -

୧୯୨୭ ଜୁଲାଇ ୩୦ତାରିଖରେ ସୋଲାଙ୍କିଙ୍କ ଜନ୍ମ ତତ୍କାଳୀନ ବରୋଦା ଷ୍ଟେଟର ପିଲୁଦରାରେ ହୋଇଥିଲା । ତାଙ୍କର ତିନି ପୁଅ ଅଛନ୍ତି । ପୁଅଙ୍କ ମଧ୍ୟରୁ ଭରତ ସୋଲାଙ୍କି ଗୁଜୁରାଟ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ତଥା ୟୁପିଏ ୨ରେ କେନ୍ଦ୍ର ମନ୍ତ୍ରୀ ଥିଲେ ।

ପ୍ରଧାନମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋଲାଙ୍କି ଦେହାନ୍ତରେ ଶୋକବ୍ୟକ୍ତ କରିଛନ୍ତି । ସୋସିଆଲ ମିଡିଆ ପୋଷ୍ଟରେ ପ୍ରଧାନମନ୍ତ୍ରୀ ଲେଖିଛନ୍ତି ଯେ,ମାଧବ ସିଂହ ସୋଲାଙ୍କି ଅଜେୟ ନେତା ଥିଲେ । ଅନେକ ଦଶକ ପର୍ଯ୍ୟନ୍ତ ସେ ଗୁଜୁରାଟ ରାଜନୀତିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ । ସମାଜକୁ ମଜବୁତ କରିବା ଦିଗରେ ତାଙ୍କ ଯୋଗଦାନକୁ ସବୁବେଳେ ମନେ ରଖାଯିବ । ତାଙ୍କ ପୁଅ ଭରତ ସିଂହ ସୋଲାଙ୍କି ସହ କଥା ହୋଇଥିଲେ । ପୁରା ପରିବାର ପ୍ରତି ମୋ ସମବେଦନା ବ୍ୟକ୍ତ କରୁଛି ।
ସେହିଭଳି କଂଗ୍ରେସ ନେତା ରାହୁଲ ଗାନ୍ଧି ମଧ୍ୟ ସୋଲାଙ୍କିଙ୍କୁ ଦେହାନ୍ତରେ ଶୋକବ୍ୟକ୍ତ କରିଛନ୍ତି ।

Leave a Reply