ମନରେଗା ଯୋଜନାରେ ୧୦ ଲକ୍ଷ ଟଙ୍କା ବ୍ୟୟ ଅଟକଳ, ମେସିନ୍ ଖୋଳିଲା ପୋଖରୀ !

Machine Engaged In MGNREGA Work At Ganjam Alleged By Villagers

ଗଞ୍ଜାମ: ପୋଖରୀ ପଙ୍କ ଉଦ୍ଧାରରେ ଦୁର୍ନୀତିର ଗନ୍ଧ । ମେସିନ୍ ଖୋଳୁଛି ପୋଖରୀ, ଗରିବଙ୍କୁ ମିଳୁନି କାମ । ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ବ୍ଲକ ସୁନାରିଝୋଳା ପଞ୍ଚାୟତରୁ ଅସିଛି ଏଭଳି ଅଭିଯୋଗ । ମେସିନ୍ ଲଗାଇ ପୋଖରୀ କାମ ହୋଇଥିବା ଅଭିଯୋଗ କରିଛନ୍ତି ପଞ୍ଚାୟତବାସୀ । ସୁନାରିଝୋଳି ପଞ୍ଚାୟତ ସାନପଙ୍କଳବାଡି ହରିଜନ ସାହିର ସାନବନ୍ଧ ଉନ୍ନତିକରଣ ପାଇଁ ମନରେଗା ଯୋଜନାରେ ୧୦ଲକ୍ଷ ଟଙ୍କା ବ୍ୟୟ ଅଟକଳ ହୋଇଥିଲା ।

Machine Engaged In MGNREGA Work At Ganjam Alleged By Villagers

ହେଲେ ଗରିବ ହିତାଧିକାରୀଙ୍କୁ କାମ ଦିଆନଯାଇ ମେସିନ ଲଗାଇ ଅର୍ଥ ଆତ୍ମସାତ୍ ହୋଇଥିବା ଅଭିଯୋଗ ହୋଇଛି । ଏପରିକି ସ୍ଥାନୀୟ ସରପଞ୍ଚ ନିଜ ସମ୍ପର୍କୀୟଙ୍କ ଜବ୍ କାର୍ଡରେ ୬୦ ହଜାର ଟଙ୍କା ଉଠାଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ସେପଟେ ଅଭିଯୋଗ ଆସିଲେ ତଦନ୍ତ କରାଯିବ ବୋଲି କହିଛନ୍ତି ପଞ୍ଚାୟତ ଅଧିକାରୀ ।