ଏମିତି ଫିଲ୍ମ ଯାହାକୁ ଦେଖିବା ପାଇଁ ସିନେମା ହଲ ପାଟୁଥିଲା ମନ୍ଦିର : ଚପଲ ଖୋଲି ଫିଲ୍ମ ଦେଖୁଥିଲେ ଦର୍ଶକ
1 min readନନ୍ଦିଘୋଷ ବ୍ୟୁରୋ : ଫିଲ୍ମ ଲୋକଙ୍କ ବାସ୍ତବ ଜୀବନରେ ଅନେକ ପ୍ରଭାବ ପକାଇଥାଏ । କେବେ ହିରୋଙ୍କ ଷ୍ଟାଇଲକୁ ଅନୁସରଣ କଣିଥାନ୍ତି ଲୋକେ ତ ପୁଣି କେବେ ପ୍ରସିଦ୍ଧ ଡାଏଲଗକୁ ଲୋକେ ଚିର ଦିନ ପାଇଁ ମନେ ରଖିଥାନ୍ତି । ଯଦିଓ ଏବେ ପୂର୍ବ ଅପେକ୍ଷା ସିନେମାର କ୍ରେଜ୍ ଟିକେ କମିଛି ତଥାପି ଚଳଚ୍ଚିତ୍ର ଫ୍ୟାନ୍ସଙ୍କ ମନରେ ରାଜ କରୁଛି । ଯାହାର ଜ୍ବଳନ୍ତ ଉଦାହାଣ ଦେଖିବାକୁ ମିଳିଛି । ପୁଷ୍ପା-୨ ର ରୋଜଗାର ସାଙ୍ଗକୁ ଅଲ୍ଲୁଙ୍କ ପ୍ରତି ଭଲ ପାଇବା ପ୍ରକାଶ କରିଛି ଆଜି ବି ଲୋକେ ଫିଲ୍ମକୁ କେତେ ଭଲ ପାଆନ୍ତି । ତେବେ ୭୦ ଦଶକରେ ରିଲିଜ ହୋଇଥିବା ଏକ ଫିଲ୍ମ ଅନେକ ଜୀବନ ଆଣି ଦେଇଥିଲା ଅନେକ ପରିବର୍ତ୍ତନ । ଏହି ଫିଲ୍ମକୁ ଦେଖିବା ପାଇଁ ଫ୍ୟାନ୍ସମାନେ ହଲକୁ ଆଗ୍ରହର ସହ ଯାଉଥିଲେ । ଆଉ ଫିଲ୍ମର କାହାଣୀକୁ ଗଭୀରତା ସହ ନେଇଥିଲେ ଦର୍ଶକେ । ଆଧ୍ୟାତ୍ମିକ କାହାଣୀ ଉପରେ ଆଧାରିତ ଏହି ଫିଲ୍ମ ଦେଖିବାକୁ ଲୋକେ ଚପଲ ଖୋଲି ହଲକୁ ଯାଉଥିଲେ । ଆଉ ହଲ ପାଲଟି ଯାଇଥିଲା ମନ୍ଦିର ।
୧୯୭୫ ମସିହାରେ ବଡ଼ ପରଦାରେ ରିଲିଜ ହୋଇଥିଲା ଫିଲ୍ମ ’ଜୟ ସନ୍ତୋଷୀ ମା’ । ଏହି ଫିଲ୍ମ ଦେଖିବାକୁ ମିହିଳାଙ୍କ ମଧ୍ୟରେ ଅଧିକ କ୍ରେଜ୍ ରହିଥିଲା । ଯାହାକୁ ଦୃଷ୍ଟିରେ ରଖି ଶନିବାର ଏକ ସ୍ବତନ୍ତ୍ର ଶୋ ମଧ୍ୟ କରାଯାଉଥିଲା । ବିଜୟ ଶର୍ମା ଏହି ଚଳଚ୍ଚିତ୍ରଟିର ନିର୍ଦ୍ଦେଶନା ଦେଇଥିବାବେଳେ ଅନୀତା ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ । ସିନ ଗୁଡ଼ିକ ଏତେ ଜ୍ବଳନ୍ତ ଥିଲା କି ହଲ କବାଟ ବନ୍ଦ ହେବା ମାତ୍ରେ ହଲ ମନ୍ଦିର ଭଳି ଲାଗୁଥିଲା । ଲୋକେ ମୁଣ୍ଡିଆ ମାରିବା ସହ ବିନା ଚପଲରେ ବସି ଫିଲ୍ମ ଦେଖୁଥିଲେ ଆଉ ଠାକୁରଙ୍କୁ ନିଜର ଗୁହାରି ଜଣାଉଥିଲେ । ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ହଲକୁ ଲୋକେ ଚପଲ ପିନ୍ଧି ଯାଉନଥିଲେ । ଆଉ ପାଟନାରେ ଜଣେ ବ୍ୟକ୍ତି ହଲ ସାମନାରେ ଚପଲ ଷ୍ଟାଣ୍ଡ କରି କେବଳ ଏହି ଫିଲ୍ମ ହଲରେ ଚାଲିଥିବା ସମୟରେ ୧.୭୫ ଲକ୍ଷ ସେହି ସମୟରେ ରୋଜଗାର କରିଥିଲେ । ଏଥିରୁ ଅନୁମାନ କରୁଥିବେ କି କେଉଁଭଳି ଭାବେ ଫିଲ୍ମର କ୍ରେଜ୍ ରହିଥିଲା ।