ବିଭିନ୍ନ ଶକ୍ତିପୀଠରେ ଆରମ୍ଭ ହେଲାଣି ନବରାତ୍ର ପୂଜା: ସିନ୍ଦୁର ବର୍ଣ୍ଣରେ ଦର୍ଶନ ଦେବେ ମାଆ ସମଲେଶ୍ୱରୀ

କଟକ: କମ୍ପିଲାଣି ଧରା । ଆସୁଛନ୍ତି ମାଆ । ଧରା ପୃଷ୍ଠକୁ ଅବତରଣ କରିବେ ମାଆ ଦୁର୍ଗା । ରାଜ୍ୟରେ ବିଭିନ୍ନ ଶକ୍ତିପୀଠରେ ନବରାତ୍ର ପୂଜା ଆରମ୍ଭ ହୋଇଯାଇଥିବା ବେଳେ ବିଧି ଅନୁସାରେ ଶୋଡ଼ଷ ଉପଚାରରେ ମାଆଙ୍କର ପୂଜାର୍ଚ୍ଚନା ହେଉଛି । ଆଜି ଭକ୍ତଙ୍କୁ ଶୋଡଷୀ ବେଶରେ ଦର୍ଶନ ଦେଉଛନ୍ତି ମାଆ କଟକ ଚଣ୍ଡି । ନାନା ଅଳଙ୍କାରରେ ସଜ୍ଜିତ ହୋଇଛନ୍ତି ମାଆ । ସେହିପରି ମାଆ ଗଡଚଣ୍ଡୀ ମଧ୍ୟ ବଗଳା ବେଶରେ ସଜ୍ଜିତ ହୋଇ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ।

ସେପଟେ ମାଆଙ୍କ ଅପେକ୍ଷାରେ ପୁଲକିତ ହେଲାଣି ଧରା । ଆରମ୍ଭ ହୋଇଗଲାଣି ନବରାତ୍ର ପୂଜା । ବିଭିନ୍ନ ଶକ୍ତିପୀଠରେ ଚାଲିଛି ମାଆଙ୍କ ପୂଜାର୍ଚ୍ଚନା । ଆଜି ସିନ୍ଦୁର ବର୍ଣ୍ଣରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ସମ୍ବଲପୁରର ଅଧିଷ୍ଟାତ୍ରୀ ଦେବୀ ମାଆ ସମଲେଶ୍ବରୀ । ଭକ୍ତଙ୍କ ଗହଳିକୁ ଦୃଷ୍ଟିରେ ରଖି ମନ୍ଦିର ପ୍ରଶାସନ ତରଫରୁ ଅନେକ କଟକଣା ଜାରି କରାଯାଇଛି । ମାନସିକଧାରୀଙ୍କୁ ଚଳିତବର୍ଷ ଦୀପ ଦାନ କରିବାକୁ ଅନୁମତି ମିଳିଛି ।

ଏଥିସହିତ ପଢ଼ନ୍ତୁ: ନନ୍ଦିଘୋଷ ଟିଭିର ପ୍ରଭାବ, ମାତାଲ ଡାକ୍ତରଙ୍କୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କାରଣ ଦର୍ଶାଅ ନୋଟିସ୍‌

 

Leave a Reply