spot_img

Latest Posts

ଆଜି ମହାଳୟା, ଧବଳମୁଖୀ ବେଶରେ ଦର୍ଶନ ଦେଉଛନ୍ତି ମା’ ସମଲେଶ୍ୱରୀ

ନନ୍ଦିଘୋଷ ବ୍ୟୁରୋ: ଆଜି ପବିତ୍ର ମହାଳୟା, ଆଶ୍ଵୀନ ମାସର ଅମାବାସ୍ୟା। ପିତୃପକ୍ଷରେ ଯିଏ ଶ୍ରାଦ୍ଧ ଦେଇପାରିନଥିବ, ସେମାନେ ମହାଳୟାରେ ଶ୍ରାଦ୍ଧ ଓ ତିଳତର୍ପଣ କରିଥାନ୍ତି । ଏଣୁ ଆଜି ଧବଳମୁଖୀ ବେଶରେ ଦର୍ଶନ ଦେଉଛନ୍ତି ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା ସମଲେଶ୍ୱରୀ l ସକାଳ ୫ଟାରୁ ମାଆଙ୍କ ଧବଳମୁଖୀ ବେଶର ଦର୍ଶନ ଆରମ୍ଭ ହୋଇଥିବା ବେଳେ ରାତି ୧୦.୩୦ ମିନିଟ୍ ପର୍ଯ୍ୟନ୍ତ ଚାଲିବ ବୋଲି ସୂଚନା ଦେଇଛନ୍ତି ସମଲେଶ୍ୱରୀ ମନ୍ଦିର ଟ୍ରଷ୍ଟ ବୋର୍ଡ଼ ସଭାପତି l ଭିଡକୁ ନଜରରେ ରଖି ଆଜି କେବଳ ୪ ନମ୍ବର ଗେଟ୍ ଦେଇ ଭକ୍ତମାନେ ମା ସମଲେଶ୍ୱରୀଙ୍କ ଦର୍ଶନ କରିପାରିବେ। ସେଥିପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି।

ଅନ୍ୟପଟେ ପିତୃପୁରୁଷଙ୍କୁ ଶ୍ରାଦ୍ଧ ଦେବା ପାଇଁ ଶ୍ରଦ୍ଧାଳୁମାନେ ଶ୍ରୀକ୍ଷେତ୍ରକୁ ଅଧିକ ପସନ୍ଦ କରିଥାନ୍ତି। ଶ୍ରୀମନ୍ଦିର ଚାରିପଟେ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ତର୍ପଣ ଓ ପିଣ୍ଡଦାନ ପାଇଁ ନେଇ ଭିଡ଼ ହୋଇଥାଏ। ଏଠାରେ ମହାପ୍ରସାଦ ସମର୍ପଣ କରି ପୂଜା କରିଥାନ୍ତି। ମାତ୍ର ଆଜି ବଡି ଭୋରରୁ ପୁରୀରେ ଘଡ଼ଘଡ଼ି ସହ ବର୍ଷା ଜାରି ରହିଥିବାରୁ ସେତେଟା ଗହଳିଦେଖିବାକୁ ମିଳିନଥିଲା।

Latest Posts

Don't Miss