ଧରାବତରଣ କଲେ ଧନଧାନ୍ୟର ଦେବୀ ମା’ ଗଜଲକ୍ଷ୍ମୀ

ଢେଙ୍କାନାଳ: କରୋନା କଟକଣା ଭିତରେ ଧରାବତରଣ କଲେ ଧନଧାନ୍ୟର ଦେବୀ । ଚଳିତବର୍ଷ ଢେଙ୍କାନାଳର ୩୮ ମଣ୍ଡପରେ ମା’ ଗଜଲକ୍ଷ୍ମୀଙ୍କ ପୂଜା ଅନୁଷ୍ଠିତ ହେଉଛି । ଗତକାଲି ଘଟପୂଜା ପରେ ମଧ୍ୟରାତ୍ରୀରେ କରାଯାଇଛି ଚକ୍ଷୁଦାନ । ଆଜି ସକାଳୁ ସୂର୍ଯ୍ୟ ପୂଜା ଓ ପରେ ମାଆଙ୍କର ସ୍ୱତନ୍ତ୍ର ହୋମ ପୂଜା ଆରମ୍ଭ ହେଉଛି । କରୋନା କଟକଣା ପାଇଁ ସ୍ବତନ୍ତ୍ର ଏସଓପି ଜାରି କରାଯାଇଛି ।

ପୂଜାରେ କେବଳ ୭ ଜଣ ଉପସ୍ଥିତ ରହିବାକୁ ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ପୂଜା ସମୟରେ ଜଣେ ଘଣ୍ଟୁଆ ଘଣ୍ଟ ବାଡେଇବେ । ପୂଜାରେ ଭକ୍ତଙ୍କୁ ବାରଣ ଥିବାବେଳେ ପରଦା ପଛରେ ଚାଲିବ ମାଆଙ୍କ ପୂଜା । ସେପଟେ କେନ୍ଦ୍ରାପଡାରେ ୭୦ରୁ ଅଧିକ ମଣ୍ଡପରେ ଚାଲିଛି ମା’ ଗଜଲକ୍ଷ୍ମୀଙ୍କ ପୂଜା । ଡେରାବିଶ, ମାର୍ଶାଘାଇ, ମହାକାଳପଡ଼ା, ଆଳି, ପଟ୍ଟାମୁଣ୍ଡାଇ, ରାଜନଗର, ରାଜକନିକା, ଗରଦପୁରରେ ମା’ଙ୍କ ପୂଜା ଅନୁଷ୍ଠିତ ହେଉଛି । ପୂଜା ପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ବନ୍ଦୋବସ୍ତ କରାଯାଇଛି ।

ସେହିଭଳି ଅନୁଗୁଳ ସହର ଠାରୁ ଆରମ୍ଭ କରି ଗ୍ରାମାଞ୍ଚଳରେ ସବୁଠି ଦେଖିବାକୁ ମିଳିଛି ଗଜଲକ୍ଷ୍ମୀ ମାହୋଲ । ଏଥର କୋରୋନା କାରଣରୁ ନିରାଡମ୍ବର ଭାବେ ମାଙ୍କ ପୂଜା ହେବ । କୋରୋନା ଗାଇଡଲାଇନ ଅନୁଯାୟୀ, ଆବଦ୍ଧ ମଣ୍ଡପରେ ୭ ଜଣକ ମଧ୍ୟରେ ପୂଜା ପାଳିବାକୁ ନିର୍ଦେଶନାମା ରହଛି ।

Leave a Reply