ସହଜ ହେବ ଭ୍ୟାକ୍ସିନ୍ ବିତରଣ; ଦେଶରେ ବସିବ ଭ୍ୟାକ୍ସିନ୍ ଟ୍ରାନ୍ସପୋଟେସନ୍ ପ୍ଲାଣ୍ଟ୍

1 min read

ନୂଆଦିଲ୍ଲୀ: ଦେଶରେ ୩ଟି ଭ୍ୟାକ୍ସିନ୍ ପ୍ରସ୍ତୁତି ପର୍ଯ୍ୟାୟରେ ଅଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଏହି ଭ୍ୟାକ୍ସିନ୍ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି । ସେହିଭଳି ଦେଶ ପାଖରେ ଭ୍ୟାକ୍ସିନ୍ ବିତରଣ ସବୁଠାରୁ ବଡ଼ ଆହ୍ୱାନ ହୋଇଥିବା ହେତୁ ଏହାର ସଂରକ୍ଷଣ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା । ଏହି ପ୍ରସଙ୍ଗରେ ଲକ୍ସେମବର୍ଗ ପ୍ରଧାନମନ୍ତ୍ରୀଙ୍କ ସହ ମୋଦିଙ୍କର ଆଲୋଚନା ହୋଇଛି । ଦେଶରେ ଭ୍ୟାକ୍ସିନ ଟ୍ରାନ୍ସପୋଟେସନ୍ ପ୍ଲାଣ୍ଟ ଲଗାଇବା ପାଇଁ ଲକ୍ସେମବର୍ଗ ସରକାର ପ୍ରସ୍ତାବ ଦେଇଛନ୍ତି  । ସେହିଭଳି ଭାରତ ସରକାର ମଧ୍ୟ ଏଭଳି ପ୍ଲାଣ୍ଟକୁ ଅଗ୍ରାଧିକାର ଦେଇ ଦେଶରେ ସ୍ଥାପନ କରିପାରନ୍ତି । ଲକ୍ସେମବର୍ଗର ଏକ ପ୍ଲାଣ୍ଟ ନିର୍ମାଣକାରୀ କମ୍ପାନୀ ନିଜର ଏକ ଟିମକୁ ଭାରତ ମଧ୍ୟ ପଠାଇବା ନେଇ ସୂଚନା ଦେଇଛି ।

ତେବେ ଏହି ପ୍ଲାଣ୍ଟ ଗୁଜୁରାଟଠାରେ ସ୍ଥାପିତ ହୋଇପାରେ । କେନ୍ଦ୍ର ସରକାରଙ୍କର ପ୍ରାଥମିକତା ଏହା ଉପରେ ରହିଛି ଯେ, କିଭଳି ଭାବେ ଦେଶର ସବୁ ସ୍ଥାନରେ ଭ୍ୟାକ୍ସିନ ସହଜରେ ପହଞ୍ଚିପାରିବ । ଗାଁଠାରୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ସବୁ ଛୋଟବଡ଼ ସ୍ଥାନରେ ଭ୍ୟାକ୍ସିନ ପହଞ୍ଚାଇବାକୁ ହେଲେ ସରକାରଙ୍କୁ ଏହି ପ୍ଲାଣ୍ଟର ଆବଶ୍ୟକତା ରହିଛି  । ତେବେ ଏନେଇ ପ୍ରସ୍ତୁତି ଆସନ୍ତା ସପ୍ତାହରୁ ଆରମ୍ଭ ହୋଇଯିବ । ବିତରଣ ପୂର୍ବରୁ କିଭଳି ଭାବେ ସଂରକ୍ଷଣ ସମ୍ପୂର୍ଣ୍ଣ ସୁରକ୍ଷିତ ହୋଇପାରିବ ସେନେଇ ଏକ କୋଲ୍ଡ ଚେନର ଆବଶ୍ୟକତା ରହିଛି । ଯାହା ପାଇଁ ଏକ ପ୍ଲାଣ୍ଟର ଆବଶ୍ୟକତା ରହିଛି । ଏଣୁ ଆସନ୍ତା ସପ୍ତାହରୁ ଏକ ଟିମ୍ ଗୁଜୁରାଟରେ ପହଞ୍ଚିବ ।

ମିଳିଥିବା ସୂଚନା ଅନୁଯାୟୀ, ଏକ ଉଚ୍ଚସ୍ତରୀୟ ଡାକ୍ତରୀ ଟିମ୍ ଏହି କାର୍ଯ୍ୟ ପାଇଁ ଭାରତ ଆସିବେ । କମ୍ପାନୀର କହିବା କଥା ଯେ ପ୍ଲାଣ୍ଟ ସମ୍ପୂର୍ଣ୍ଣ ରୂପେ ପ୍ରସ୍ତୁତ ହେବା ପାଇଁ ୨ ବର୍ଷ ସମୟ ଲାଗିବ । -୪ରୁ -୨୦ ଡିଗ୍ରୀ ତାପମାତ୍ରାରେ ଭ୍ୟାକ୍ସିନ ବିତରଣ ହେବ । ପରିସ୍ଥିତି ଦେଖି ତାପମାତ୍ରାକୁ ନିୟନ୍ତ୍ରଣ ମଧ୍ୟ କରାଯାଇପାରିବ । କମ୍ପାନୀ -୮୦ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ନିୟନ୍ତ୍ରଣ କରିବାର ଦକ୍ଷତା ରଖିଛି ।ତେବେ ଭାରତ ପାଇଁ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଏହି ପ୍ରସ୍ତାବର ପରିଚାଳନା ଦାୟିତ୍ୱରେ ଥିବାବେଳେ ୟୁରୋପୀୟ ୟୁନିୟନରେ ଭାରତୀୟ ପ୍ରତିନିଧି ନଭେମ୍ୱର ୨୦ରେ ଏନେଇ ଆଲୋଚନା କରିସାରିଛନ୍ତି ।

Leave a Reply