ଚିନ୍ତାରେ ଗୋପାଳକ, ଗୋରୁଙ୍କ ଶରୀରରେ ଲମ୍ପି ସ୍କିନ ଡିଜିଜ ଆତଙ୍କ
ଦେବଗଡ଼ : ଦେବଗଡ଼ରେ ଗୋରୁଙ୍କ ଶରୀରରେ ଲମ୍ପି ସ୍କିନ ଡିଜିଜ ଆତଙ୍କ । ଗାଈ ଗୋରୁଙ୍କ ଶରୀରରେ ଚମ ଫୁଲିଯିବା ସହ ଦିନେ ଦୁଇ ଦିନ ମଧ୍ୟରେ ଫାଟି ମାଂସ ଝାଡ଼ିବା ସହ ଉକ୍ତ ସ୍ଥାନରୁ ରକ୍ତସ୍ରାବ ହେଉଥିବା ଦେଖିବାକୁ ମିଳିଛି । ଫଳରେ ଚିନ୍ତାରେ ଗୋପାଳକ । ଘଟଣାକୁ ସ୍ୱୀକାର କରିଛନ୍ତି ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସକ ଡାକ୍ତର ସତ୍ୟରଞ୍ଜନ ରାଉତ ।
ଏହି ରୋଗ ପାଇଁ ପ୍ରତିଷେଧକ ଟୀକା ନଥିବାରୁ ଏହି ଭୁତାଣୁ ଜନିତରୋଗକୁ ଆୟତ୍ତ କରିବା ପାଇଁ ଗୋଟ୍ ପକ୍ସ ଭ୍ୟାକସିନ ବ୍ୟବହାର କରାଯାଉଥିବା ପ୍ରକାଶ କରିଛନ୍ତି । ଜିଲାରେ ୬୦ ହଜାର ଗୋରୁଙ୍କୁ ଏହି ଚର୍ମ ବିଣ୍ଡି ରୋଗ ପ୍ରତିଷେଧକ ଭାବେ ଗୋଟ୍ ପକ୍ସ ଭ୍ୟାକସିନ ଦିଆଯାଇଛି । ୨୦୧୯ ଗଣନା ଅନୁଯାଇ ଲକ୍ଷେ ୩୦ ହଜାର ଗୋରୁ ରହିଥିବା ବେଳେ ଆହୁରି ପ୍ରାୟ 70 ହଜାର ଗୋରୁ ଟୀକା କରଣରୁ ବଞ୍ଚିତ ଅଛନ୍ତି ।