ଭାଜପା ପ୍ରାର୍ଥୀଙ୍କୁ ଭୋଟ ଦେବୁ ବୋଲି କହିଲେ ମାୟାବତୀ, ଟୁଇଟ୍ କରି ପ୍ରିୟଙ୍କା ଗାନ୍ଧୀ କ’ଣ ରଖିଲେ ପ୍ରତିକ୍ରିୟା ଜାଣନ୍ତୁ….

ଲକ୍ଷ୍ନୌ: ବିଧାନ ପରିଷଦ ନିର୍ବାଚନରେ ସମାଜବାଦୀ ପାର୍ଟି(ଏସପି)କୁ ଆମେ ଜିତିବାକୁ ଦେବୁ ନାହୁଁ । ଦରକାର ପଡ଼ିଲେ ଏସପି ପ୍ରାର୍ଥୀଙ୍କୁ ହରାଇବା ପାଇଁ ଭାଜପା କିମ୍ବା ଅନ୍ୟ କୌଣସି ଦଳର ପ୍ରାର୍ଥୀଙ୍କୁ ଭୋଟ ଦେବୁ । ସେହିପରି ଦଳବିରୋଧୀ କାର୍ଯ୍ୟ କରିଥିବା ୭ ଜଣ ବିଧାୟକଙ୍କୁ ନିଲମ୍ବିତ କରାଯାଉଛି  ବୋଲି ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ମାୟାବତୀ  କହିଛନ୍ତି ।

Mayawati Demands Replace Yogi With Someone Capable As Chief Minister Or President Rules

ମାୟାବତୀଙ୍କ ଏହି ମନ୍ତବ୍ୟକୁ ନେଇ ତେରଛା ବାଣ ମାରିଛନ୍ତି କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ । ସେ ମାୟାବତୀଙ୍କ ଏ ସମ୍ପର୍କିତ ଭିଡ଼ିଓକୁ ଟୁଇଟ୍ କରି ଆଉ କ’ଣ ବାକି ରହିଲା କହିବାକୁ ବୋଲି ଉଲ୍ଲେଖ କରିଛନ୍ତି । ବିଭିନ୍ନ ସମୟରେ ନିଜ ନିଜ ରାଜନୈତିକ ନିଷ୍ପତ୍ତି କାରଣରୁ ମାୟାବତୀ ଚର୍ଚ୍ଚାରେ ରହିଆସିଛନ୍ତି । କେତେବେଳେ ସମାଜବାଦୀ ପାର୍ଟି ସହ ମିଶି ସରକାର କରିଛନ୍ତି, ତ କେତେବେଳେ ଭାଜପାଠାରୁ ସହାୟତା ନେଇଛନ୍ତି । କେତେବେଳେ ସମାଜବାଦୀ ପାର୍ଟିରୁ ସମ୍ପର୍କ ଚ୍ଛିନ୍ନ କରି ଏକୁଟିଆ ଲଢିଛନ୍ତି । ପୁନଶ୍ଚ ଲୋକସଭାରେ ସଫଳତା ପାଇଁ ଏସପିର ହାତ ଧରିଛନ୍ତି । ହେଲେ ୨୦୧୨ ପରଠାରୁ ବିଏସପି ନିଜର ରାଜନୈତିକ ଗୁରୁତ୍ୱ ହରାଉଥିବା ମନେ ହେଉଛି ।

୨୦୨୨ରେ ୟୁପିରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ଏଥିରେ ମାୟାବତୀ ନିଜ ଦଳର ପ୍ରଦର୍ଶନ ସୁଧାରିବା ପାଇଁ ଚାହୁଁଛନ୍ତି । କାହାର ସହଯୋଗ ଅପେକ୍ଷା ଏକୁଟିଆ ନିର୍ବାଚନ ଲଢିବା ଉପରେ ବିଶ୍ୱାସ ରଖୁଛନ୍ତି । ହେଲେ ବିଭିନ୍ନ ଆପରାଧିକ ଓ ରାଜନୈତିକ ମାମଲାରେ ଛନ୍ଦି ହୋଇ ରହିଛନ୍ତି ବେହେନ୍ ମାୟାବତୀ । ତେଣୁ ସିବିଆଇ ଡ଼ର ତାଙ୍କୁ ଭାଜପାର ନିକଟତର କରୁଥିବା ରାଜନୈତିକ ସମୀକ୍ଷକମାନେ ମତ ଦେଇଛନ୍ତି ।

ଏସପି ପ୍ରତି ଏମିତି କଡା ଆଭିମୁଖ୍ୟ ସମ୍ପର୍କରେ ସଫେଇ ଦେବାକୁ ଯାଇ ମାୟାବତୀ କହିଛନ୍ତି ଯେ, ୨୦୧୯ରେ ଭାଜପାକୁ ରୋକିବା ପାଇଁ ଏସପି ସହ ଆସିଥିଲୁ । ହେଲେ ଏସପିର କୌଣସି ସକ୍ରିୟ ସହଯୋଗ ମିଳିଲା ନାହିଁ । ଏହା ପରେ ଏସପି ସହ ଯୋଗାଯୋଗ କରିବାକୁ ଚେଷ୍ଟା କରାଯାଇଥିଲା । ହେଲେ ତାଙ୍କ ତରଫରୁ କୌଣସି ପ୍ରତିକ୍ରିୟା ଆସି ନ ଥିଲା ।

 

Leave a Reply