ତୁମେ ଖୁସି ରୁହ…ଭିଡ଼ିଓ ଜାରି କରି ହାତ କାଟିଲେ ବିଜେପି ସାଂସଦଙ୍କ ବୋହୁ

1 min read

ଲକ୍ଷ୍ନୗ:  ମୋହନଲାଲଗଞ୍ଜର ଭାରତୀୟ ଜନତା ପାର୍ଟି ବା ବିଜେପି ସାଂସଦ କୌଶଲ କିଶୋରଙ୍କ ପରିବାରର ହାଇ ଭୋଲଟେଜ୍‌ଡ୍ରାମା ଏବେ ମଧ୍ୟ ଜାରି ରହିଛି । ଏବେ ସାଂସଦଙ୍କ ବୋହୁ ଅଙ୍କିତା ତାଙ୍କ ଘର ବାହାରେ ପହଞ୍ଚି ହାତର ଭେନ୍‌କାଟି ଦେଇଛନ୍ତି । ଯାହା ବର୍ତ୍ତମାନ ଚାଂଚଲ୍ୟ ସୃଷ୍ଟି କରିଛି । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ସାଂସଦଙ୍କ ବୋହୁଙ୍କ ଏଭଳି ଉଦ୍ୟମ ପୂର୍ବରୁ ଏକ ଭିଡ଼ିଓ ସୋସିଅଲ ମିଡିଆରେ ଖୁବ୍‌ଭାଇରାଲ ହୋଇଥିଲା । ଯେଉଁଥିରେ ଉକ୍ତ ମହିଳା ଜୀବନ ଦେବାକୁ ଯାଉଥିବା କହିଥିଲେ ଏବଂ ପରବର୍ତ୍ତୀ ମୁହୂର୍ତ୍ତରେ କହିଥିବା କଥାକୁ କାମରେ କରି ଦେଖାଇଛନ୍ତି ।

ସାଂସଦ କୌଶଲ କୁମାରଙ୍କ ବୋହୁ ଅଙ୍କିତା ଦୁବଗା ସ୍ଥିତ ତାଙ୍କ ଘର ସାମ୍ନାରେ ହାତର ଭେନ୍‌କାଟି ଆତ୍ମହତ୍ୟା ଉଦ୍ୟମ କରିବା ପରେ ତତକ୍ଷଣାତ୍‌ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ଏବଂ ଚିକିତ୍ସା ଜାରି ରହିଛି । ତେବେ ନିକଟ ଅତୀତରେ ଭାଇରାଲ ହୋଇଥିବା ଭିଡ଼ିଓରେ ଅଙ୍କିତା ଆତ୍ମହତ୍ୟା କଥା କହିଥିଲେ ଏବଂ ସେହି ଭିଡ଼ିଓରେ ସେ ତାଙ୍କ ସ୍ୱାମୀ ଆୟୁଷଙ୍କ ଉପରେ ଗମ୍ଭୀର ଅଭିଯୋଗ ଆଣିଥିଲେ । ଯାହାକୁ ନଜରରେ ରଖି ଅଙ୍କିତାଙ୍କୁ ଟ୍ରାକ୍‌କରୁଥିଲା ପୋଲିସ୍‌। ଏବେ ପୋଲିସ୍‌ଉକ୍ତ ମାମଲାର ତଦନ୍ତ କରୁଛି ।

ଏଭଳି ସ୍ଥିତିରେ ସାଂସଦଙ୍କ ପରିବାରରେ ଚାଲିଛି ଆରୋପ ପ୍ରତ୍ୟାରୋପର ଖେଳ । ଜଣେ ଅନ୍ୟ ଜଣକୁ ଦୋଷ ଦେବାରେ ଲାଗିଛି । ଗୋଟିଏ ପଟେ ତାଙ୍କ ସ୍ୱାମୀ ଆୟୁଷ ତାଙ୍କୁ ମାରପିଟ୍‌କରୁଥିବା ଏବଂ ତାଙ୍କୁ ଅଣଦେଖା କରୁଥିବା ଅଭିଯୋଗ ଆଣିଛନ୍ତି ଅଙ୍କିତା । ଅନ୍ୟପଟେ ଟଙ୍କାପାଇଁ ଅଙ୍କିତା ତାଙ୍କୁ ବ୍ଲାକମେଲ କରୁଥିବା ଅଭିଯୋଗ ଆଣିଛନ୍ତି ଆୟୁଷ ।

 https://twitter.com/humsamvet/status/1371311602520133632?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1371311602520133632%7Ctwgr%5E%7Ctwcon%5Es1_&ref_url=https%3A%2F%2Fwww.india.com%2Fnews%2Findia%2Fbjp-mp-kaushal-kishores-daughter-in-law-slits-wrist-releases-video-before-attempting-suicide-4491821%2F

କିନ୍ତୁ କିଭଳି ଭୟଙ୍କର ରୂପ ନେଲା ଏହି ସମ୍ପର୍କ ? ମାର୍ଚ୍ଚ ୨ ତାରିଖ ଦିନ ୨ଟା ସମୟରେ ବିଜେପି ସାଂସଦ କୌଶଲ କୁମାରଙ୍କ ପୁଅ ଆୟୁଷଙ୍କ ଉପରକୁ ଗୁଳି ଚଳାଯାଇଥିଲା । ଏହି ମାମଲାରେ ଆୟୁଷଙ୍କ ଭିଣୋଇଙ୍କୁ ଷଡ଼ଯନ୍ତ୍ର ଅଭିଯୋଗରେ ଗିରଫ କରିଛି ପୋଲିସ୍‌। ପୋଲିସ୍‌କମିଶନର ଡିକେ ଠାକୁରଙ୍କ କହିବା ଅନୁସାରେ କିଛି ଲୋକଙ୍କୁ ଫସାଇବା ପାଇଁ ସାଂସଦଙ୍କ ପୁଅ ଆୟୁଷ ଷଡ଼ଯନ୍ତ୍ର ରଚିଥିଲେ । କିନ୍ତୁ ଉଭୟଙ୍କ ମଧ୍ୟରେ କ’ଣ ହୋଇଥିଲା ଏବଂ ଷଡ଼ଯନ୍ତ୍ର କିଏ ରିଚିଥିଲା ତାହାର ଖୁଲାସା ଏପର୍ଯ୍ୟନ୍ତ ହୋଇନାହିଁ ।

ତେବେ କେବଳଯେ ଅଙ୍କିତା ସୋସିଅଲ ମିଡିଆରେ ଭିଡ଼ିଓ ପୋଷ୍ଟ କରି ମାମଲା ଜଣାଇଛନ୍ତି, ତାହା ନୁହେଁ ବରଂ ପ୍ରାୟ ଏକ ସପ୍ତାହ ପୂର୍ବରୁ ଆୟୁଷ ଏକ ଭିଡ଼ିଓ ସୋସିଅଲ ମିଡିଆରେ ପୋଷ୍ଟ କରିଥିଲେ । ଯେଉଁଥିରେ ସେ ସାତ ମାସ ପୂର୍ବରୁ ଦେଖା ହୋଇଥିବା ଅଙ୍କିତାଙ୍କ ପ୍ରେମରେ ପଡ଼ି ଘର ଲୋକଙ୍କ ଅନିଛା ସତ୍ତ୍ୱେ ବିବାହ କରିଥିବା କହିଥିଲେ । ଏହାପରେ ହଠାତ୍‌ଦିନେ ଅଙ୍କିତା ତାଙ୍କୁ ଭିଡ଼ିଓ ମାଧ୍ୟମରେ ବ୍ଲାକ୍‌ମେଲ କରୁଥିବା ମଧ୍ୟ ସେ କହିଥିଲେ । ତେବେ ଅଙ୍କିତା ଏକାଧିକ ବିବାହ କରିଥିବା ଅଭିଯୋଗ ଆଣିଛନ୍ତି ଆୟୁଷ ।

Leave a Reply