ଲୋକମାନ୍ୟ ତିଲକ୍ ଟ୍ରେନ୍ ଦୁର୍ଘଟଣା: ବିଦା ହେଲେ ୪ ରେଳ କର୍ମଚାରୀ
1 min readଭୁବନେଶ୍ୱର: କଟକ ନିର୍ଗୁଣ୍ଡି- ଶାଳଗାଁ ରେଳ ଷ୍ଟେସନ୍ ମଝିରେ ମୁମ୍ବାଇ-ଭୁବନେଶ୍ୱର ଏଲ୍ଟିଟି ଏକ୍ସପ୍ରେସ୍ ଦୁଘର୍ଟଣା ଘଟଣାରେ କାର୍ଯ୍ୟାନୁଷ୍ଠାନ । ୪ ରେଳ କର୍ମଚାରୀଙ୍କୁ ନିଲମ୍ୱିତ କଲା ପୂର୍ବତଟ ରେଳବାଇ । ନିଲମ୍ୱିତ କର୍ମଚାରୀମାନେ ହେଲେ ଡ୍ୟୁଟିରେ ଥିବା ନିର୍ଗୁଣ୍ଡି ଷ୍ଟେସନ୍ ମ୍ୟାନେଜର, ମାଲବାହୀ ଟ୍ରେନ୍ ଗାର୍ଡ, ଲୋକମାନ୍ୟ ତିଲକ୍ର ଲୋକୋ ପାଇଲଟ ଏବଂ ଆସିଷ୍ଟାଣ୍ଟ ଲୋକୋ ପାଇଲଟ୍ । କୋଲକାତାସ୍ଥିତ ଦକ୍ଷିଣ ପୂର୍ବ ସର୍କଲର ରେଳ ନିରାପତ୍ତା କମିଶନର ଅଭୟ କୁମାର ରାୟ ଘଟଣାର ତଦନ୍ତ କରିବେ ।
ଅପରପକ୍ଷେ ଉଦ୍ଧାର କାର୍ଯ୍ୟରେ ସହଯୋଗ ପାଇଁ ସ୍ଥାନୀୟ ଲୋକମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି ପୂର୍ବତଟ ରେଳବାଇ । ଘନ କୁହୁଡି ସତ୍ତ୍ୱେ ଦୁର୍ଘଟଣାର କିଛି ସମୟ ମଧ୍ୟରେ ସ୍ଥାନୀୟ ଲୋକେ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରି ମାନବିକତାର ପରିଚୟ ଦେଇଛନ୍ତି । ଏଥିସହ ସ୍ଥାନୀୟ ପୋଲିସ, ଜିଲ୍ଲା ପ୍ରଶାସନ, ଆମ୍ୱଲାନ୍ସ ଓ ଅଗ୍ନିଶମ ବାହିନୀଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛି ରେଳବାଇ ।