୪୨ତମ ସେନା ଉପମୁଖ୍ୟ ହେଲେ ଓଡିଆ ପୁଅ, ଏସ କେ ସାଇନିଙ୍କ ସ୍ଥାନରେ ଏଲଜି ଚଣ୍ଡି ପ୍ରସାଦ

ଭୁବନେଶ୍ୱର: ଭାରତୀୟ ସେନାର ଉପମୁଖ୍ୟ ଭାବେ ଦାୟିତ୍ବ ନେଇଛନ୍ତି ଓଡିଆ ପୁଅ ଲେଫ୍ଟନାଣ୍ଟ ଜେନେରାଲ ଚଣ୍ଡି ପ୍ରସାଦ ମହାନ୍ତି । ୪୨ତମ ଭାଇସ୍ ଚିଫ୍ ଆର୍ମୀ ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି ଚଣ୍ଡି ପ୍ରସାଦ ମହାନ୍ତି । ଲେଫ୍ଟନାଣ୍ଟ ଜେନେରାଲ ଏସ କେ ସାଇନିଙ୍କ ସ୍ଥାନରେ ଦାୟିତ୍ବ ନେଇଛନ୍ତି ଜଗତସିଂହପୁରରେ ଜନ୍ମିତ ଏଲଜି ଚଣ୍ଡି ପ୍ରସାଦ ।

ପ୍ରଥମ ଥର ପାଇଁ ଜଣେ ଓଡ଼ିଆ ପୁଅ ସେନା ବାହିନୀର ଦ୍ବିତୀୟ ସର୍ବୋଚ୍ଚ ପଦବୀରେ ଯୋଗ ଦେଇଛନ୍ତି । ଭାରତୀୟ ସେନାରେ ବହୁ ଗୁରୁତ୍ବପୂର୍ଣ୍ଣ ମିଶନର ନେତୃତ୍ବ ନେବା ପରେ ଏବେ ସେନା ଉପମୁଖ୍ୟର ଗୁରୁ ଦାୟିତ୍ବ ତୁଲାଇବେ ଚଣ୍ଡି ପ୍ରସାଦ ମହାନ୍ତି । ସୀମାରେ ଅନେକବାର ଆତଙ୍କବାଦୀଙ୍କୁ ମାତ ଦେଇଛନ୍ତି ଚଣ୍ଡି ପ୍ରସାଦ । ପାକିସ୍ତାନ ସୀମା ହେଉ ଅବା ଚୀନ ସୀମା ସବୁଠି ଦକ୍ଷ ନେତୃତ୍ବର ପ୍ରମାଣ ଦେଖାଇଛନ୍ତି ସେ ।

୩୮ ବର୍ଷ ଧରି ଭାରତୀୟ ସେନାରେ ନିରବିଛିନ୍ନ ଭାବେ ଦାୟିତ୍ବ ତୁଲାଇ ଆସୁଛନ୍ତି ଚଣ୍ଡି ପ୍ରସାଦ । ଆସାମକୁ ଉଲଫା କବଳରୁ ମୁକ୍ତ କରି ଶାନ୍ତି ପ୍ରତିଷ୍ଠାରେ ତାଙ୍କର ରହିଛି ପ୍ରମୁଖ ଭୂମିକା । ପ୍ରରିରକ୍ଷା କ୍ଷେତ୍ରରେ ୨ଟି ମାଷ୍ଟର ଡିଗ୍ରୀ ସହ ଏମଫିଏଲ କରିଛନ୍ତି ଚଣ୍ଡି ପ୍ରସାଦ । ୧୯୮୨ ବ୍ୟାଚ ରାଜପୁତ୍ ରେଜିମେଣ୍ଟ ପଦାତିକ ବାହିନୀର ଅଧିକାରୀ । ଜଗତସିଂହପୁରର ଏକ ଉଚ୍ଚ ଶିକ୍ଷିତ ପରିବାରରେ ଜନ୍ମ ଗ୍ରହଣ କରିଥିଲେ ଚଣ୍ଡି ପ୍ରସାଦ ।

Leave a Reply