ତୈଳ ମାର୍କଟରେ ନିଆଁ, ପୁଣି ବଢିଲା ଏଲପିଜି ଦର

ନୂଆଦିଲ୍ଲୀ: ତୈଳ ମାର୍କଟରେ ପୁଣି ଦରବୃଦ୍ଧି । ସିଲିଣ୍ଡର ପିଛା ବଢିଲା ୫୦ ଟଙ୍କା  । ଚଳିତ ମାସରେ ଦ୍ୱିତୀୟ ଥର ପାଇଁ ବଢିଛି ଗ୍ୟାସ ଦର । ଅର୍ନ୍ତ୍ରରାଷ୍ଟ୍ରୀୟ ବଜାରରେ ତୈଳ ଦର ବୃଦ୍ଧି ଘଟିବା ପରେ ବୁଧବାର ଦେଶରେ ମଧ୍ୟ ବଢିଛି ଦାମ । ବିଶେଷ କରି ଦେଶର ରାଜଧାନୀ ଦିଲ୍ଲୀରେ ଅଣସବସିଡି ୧୪.୨ କିଗ୍ରା ସିଲିଣ୍ଡର ମୂଲ୍ୟ ଏବେ ବୃଦ୍ଧି ଘଟି ୬୯୪ ଟଙ୍କାରେ ପହଁଚିଛି ।

ପୂର୍ବରୁ ଅର୍ଥାତ ଡିସେମ୍ବର ପ୍ରଥମ ସପ୍ତାହରେ ସିଲିଣ୍ଡର ମୂଲ୍ୟ ୬୪୪ ଟଙ୍କା ଥିବା ବେଳେ ବର୍ତ୍ତମାନ ଏହାର ମୂଲ୍ୟ ୫୦ ଟଙ୍କା ବୃଦ୍ଧି ଘଟି ୬୯୪ ହୋଇଛି । ଏହା ପୂର୍ବରୁ ଜୁଲାଇ ମାସରୁ ନଭେମ୍ବର ମାସ ପର୍ଯ୍ୟନ୍ତ ସିଲିଣ୍ଡର ମୂଲ୍ୟ ଅପରିବର୍ତ୍ତିତ ରହିଥିଲା । ଯଥା ମଲ୍ୟରେ କୈଣସି ପରିବର୍ତ୍ତନ ହୋଇନଥିବା ପରିଲିଖିତ ହୋଇଥିଲା । ସବସିଡି ଯୁକ୍ତ ସିଲିଣ୍ଡର ମୂଲ୍ୟ ୫୯୪ ରହିଥିଲା ।

ବର୍ତ୍ତମାନ ଅନ୍ତ୍ରରାଷ୍ଟ୍ରୀୟ ବଜାରରେ ଦର ବଢିବା ପରେ ଭାରତରେ ମଧ୍ୟ ଏହାର ପ୍ରଭାବ ପଡିଛି । ୧୪. ୨ କେଜି ସିଲିଣ୍ଡର ସହ ୫ କିଲୋ ଏବଂ ୧୯ କିଲୋ ସିଲିଣ୍ଡର ମୂଲ୍ୟ ମଧ୍ୟ ତୈଳ ମାର୍କେଟରେ ବୃଦ୍ଧି ଘଟିଛି । ପାଞ୍ଚ କେଜିର ସିଲିଣ୍ଡର ଦର ୧୮ ଟଙ୍କା ବୃଦ୍ଧି ଘଟିଛି । ସେହିପରି ୧୯ କେଜି ସିଲିଣ୍ଡର ମୂଲ୍ୟ ୩୬ ଟଙ୍କା ୫୦ ପଇସା ବୃଦ୍ଧି ଘଟିଥିବା ଜାଣିବାକୁ ମିଳିଛି ।

Leave a Reply