ପେଟ୍ରୋଲ-ଡିଜେଲ ପରେ ମହଙ୍ଗା ହେଲା ଏଲପିଜି ସିଲିଣ୍ଡର ଦର

1 min read

ନୂଆଦିଲ୍ଲୀ: ଋଷ-ୟୁକ୍ରେନ ଯୁଦ୍ଧ ଫଳରେ ବୃଦ୍ଧି ପାଇଛି ଅଶୋଧିତ ତୈଳ ଦର । ଅଶୋଧିତ ତୈଳ ମୂଲ୍ୟ ବୃଦ୍ଧିର ପ୍ରଭାବ ଘରୋଇ ସ୍ତରରେ ପଡ଼ିଛି । ପେଟ୍ରୋଲ-ଡିଜେଲ ଦର ବୃଦ୍ଧି ପରେ ଏବେ ବଢ଼ିଛି ଏଲପିଜି ସିଲିଣ୍ଡର ମୂଲ୍ୟ । ଆଜିଠାରୁ ଘରୋଇ ଏଲପିଜି ସିଲିଣ୍ଡର ମୂଲ୍ୟ ବୃଦ୍ଧି ହୋଇଛି । କିଛି ମାସ ପରେ ପୁଣି ଘରୋଇ LPG ସିଲିଣ୍ଡର ପିଛା ୫୦ ଟଙ୍କା ବୃଦ୍ଧି ପାଇଛି । ଗ୍ୟାସ ସିଲିଣ୍ଡର ପିଛା ୯୨୬ରୁ ବୃଦ୍ଧି ହୋଇ ୯୭୬ରେ ପହଞ୍ଚିଛି ।

LPG ସିଲିଣ୍ଡର ଦର ଗତ ବର୍ଷ ଅକ୍ଟୋବର ମାସରେ ଶେଷ ଥର ପାଇଁ ବୃଦ୍ଧି ପାଇଥିଲା । ଆଜି ଘରୋଇ ଗ୍ୟାସ ଦର ବୃଦ୍ଧି ପାଇବା ପରେ ଏଲପିଜି ସିଲିଣ୍ଡର ଦର ୮୯୯ ଟଙ୍କା ୫୦ ପଇସାରୁ ବୃଦ୍ଧି ପାଇ ୯୪୯ ଟଙ୍କା ୦୫ ପଇସାରେ ପହଞ୍ଚିଛି । ସେହିପରି କୋଲକାତାରେ ଏଲପିଜି ସିଲିଣ୍ଡର ମୂଲ୍ୟ ୯୭୬ ଟଙ୍କା ହୋଇଛି । ସେହିଭଳି ଲକ୍ଷ୍ନୌରେ ମୂଲ୍ୟ ୯୮୭.୫ ଟଙ୍କାକୁ ବୃଦ୍ଧି ପାଇଛି । ପାଟନାରେ ଏହା ୧୦୪୭.୫ ଟଙ୍କାକୁ ବୃଦ୍ଧି ପାଇଛି । ମୁମ୍ବାଇରେ ୧୪.୨ କିଲୋଗ୍ରାମ ଏଲପିଜି ସିଲିଣ୍ଡର ହାର ୯୪୯.୫ ଟଙ୍କାକୁ ବୃଦ୍ଧି ପାଇଛି । ଏଠାରେ ଏହାର ମୂଲ୍ୟ ୮୯୯.୫ ଟଙ୍କା ଥିଲା ।