୨୪ ଘଣ୍ଟାରେ ୭୦ ମିଲିୟନ ଭ୍ୟୁ: କିନ୍ତୁ ଏହି କାରଣରୁ ସୋସିଆଲ ମିଡିଆରେ ହେଉଛି ଟ୍ରୋଲ
3 min readନୂଆଦିଲ୍ଲୀ: ଅଭିନେତା ଅକ୍ଷୟ କୁମାରଙ୍କ ଆଗାମୀ ଫିଲ୍ମ ଲକ୍ଷ୍ମୀ ବମ୍ ର ଟ୍ରେଲର ଆସିସାରିଛି ଏବଂ ଚାରିଆଡ଼େ ଏବେ ଏହାକୁ ନେଇ ଚର୍ଚ୍ଚା । ଏହି ହରର କମେଡି ଫିଲ୍ମରେ ଅକ୍ଷୟ ଏଭଳି ଏକ ଚରିତ୍ର ଅଭିନୟ କରୁଛନ୍ତି, ଯାହା ଦେହରେ ଏକ ମହିଳାଙ୍କ ଆତ୍ମା ପଶିଯାଇଛି । ଏହି ମହିଳା ଜଣଙ୍କ ନିଜ ପ୍ରତିଶୋଧ ନେବାକୁ ଆସିଛନ୍ତି । ଅକ୍ଷୟ ପ୍ରଥମ ଥର ପାଇଁ ଏକ ଟ୍ରାନ୍ସଜେଣ୍ଡର ଭୂମିକାରେ ନଜର ଆସୁଛନ୍ତି । ପ୍ରଥମ ଥର ଏଭଳି ଏକ ଭିନ୍ନ ଚରିତ୍ର ଅଭିନୟ କରୁଥିବାରୁ ଅକ୍ଷୟଙ୍କୁ ବିଭିନ୍ନ ମହଲରୁ ପ୍ରଂଶସା ମଧ୍ୟ କରାଯାଉଛି ।
Kaha tha na #Laxmmi aayegi toh ek dhamakedar bomb phodegi??
Thank you everyone for showing so much love to #LaxmmiBombTrailer ❤️ and making it the most viewed trailer in India in 24 Hours#YehDiwaliLaxmmiBombWali ?#FoxStarStudios #DisneyPlusHotstarMultiplex pic.twitter.com/0ZUfvNxSOD
— Star Studios (@starstudios_) October 10, 2020
ଫ୍ୟାନ୍ସ ମାନଙ୍କ ପାଇଁ ଏହା ଖୁସି ଖବର ଯେ, ୟୁଟ୍ୟୁବରେ ଫିଲ୍ମର ଟ୍ରେଲରକୁ ୨୪ ଘଣ୍ଟାରେ ୭୦ ମିଲିୟନ ଭ୍ୟୁ ମିଳିସାରିଛି । ଏହା ସହିତ ଏହା ଭାରତରେ ଏଯାବତ ସବୁଠାରୁ ଅଧିକ ଦେଖାଯାଇଥିବା ଟ୍ରେଲର ଅଟେ । ଅବଶ୍ୟ ଲକ୍ଷ୍ମୀ ବମର ଟ୍ରେଲରକୁ ନେଇ ସୋସିଆଲ ମିଡିଆରେ ଗୋଟେ ପଟେ ଫ୍ୟାନସ ପ୍ରଂଶସା କରୁଥିବା ବେଳେ ଅନ୍ୟପଟେ କିଛି ୟୁଜର୍ସ ଫିଲ୍ମକୁ ବୟକଟ କରିବା ପାଇଁ ଆହ୍ୱାନ ଦେଉଛନ୍ତି ।
70M VIEWS ??? #LaxmmiBombTrailer is now India's Viewed Movie trailer in India in last 24 hours. Thank you so much for this amazing response and showing so much love?? , now get ready for the dhamaka this diwali kyunki #YehDiwaliLaxmmiBombWali ??? pic.twitter.com/b59BM2U1a8
— SHABINAA KHAN (@Shabinaa_Ent) October 10, 2020
ଲକ୍ଷ୍ମୀ ବମକୁ ବୟକଟ କରିବା ପାଇଁ ଜୋର ଧରୁଛି ଦାବି
ୟୁଜର୍ସଙ୍କ ଏହି ଦାବି ପଛରେ କାରଣ ହେଉଛି ବଲିଉଡ ଡ୍ରଗ୍ସ କନେକସନ ଉପରେ ଅକ୍ଷୟ କୁମାରଙ୍କ ଭିଡିଓ । ଲକ୍ଷ୍ମୀ ବମ୍ ର ଟ୍ରେଲର ଆସିବା କିଛି ଦିନ ପୂର୍ବରୁ ଅକ୍ଷୟ କୁମାର ସୁଶାନ୍ତ ସିଂହ ରାଜପୁତ ମାମଲାରେ ବଲିଉଡରେ ଡ୍ରଗ୍ସ ଲିଙ୍କକୁ ନେଇ ମତ ଦେଇଥିଲେ । ଅକ୍ଷୟ ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରି କହିଥିଲେ ଯେ, କିଛି ଲୋକଙ୍କ ପାଇଁ ପୁରା ଇଣ୍ଡଷ୍ଟ୍ରି ଉପରେ କାଦୁଅ ଭିଙ୍ଗିବା ଉଚିତ ନୁହେଁ ।
Original Tamil movie Kanchana is too good.
Stop watching these COPY AND PASTE bollywood movies.
There is no originality in whatever they produce…..#BoycottLaxmiBomb pic.twitter.com/ijJyoSx8xP— SAKSHI ?? (Modi ka Parivaar) (@_its_Sakshi) October 9, 2020
#BoycottLaxmiBomb @akshaykumar
I think u are the smartest one who doesn't speak anything about @itsSSR . And after to promote ur movie u spoke for @itsSSR … It seems u are fake #BoycottLaxmiBomb pic.twitter.com/wqZdXI8Fb5— Rafeeq _Sheikh (@RafeeqSheikh9) October 9, 2020
ଏବେ ସୋସିଆଲ ମିଡିଆରେ ୟୁଜର୍ସଙ୍କ ମତରେ ଏହା ସବୁ ଲୋକ ଦେଖାଣିଆ ଏବଂ ଅକ୍ଷୟ ନିଜ ଫିଲ୍ମର ଟ୍ରେଲରକୁ ବଞ୍ଚାଇବା ପାଇଁ ଏପରି କରିଛନ୍ତି । ଏହା ବ୍ୟତୀତ କିଛି ୟୁଜର୍ସ ଟ୍ରେଲରରେ ହାଇଡ କରାଯାଇଥିବା ଲାଇକ ଡିସଲାଇକ ବଟନ ଉପରେ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି । ଟ୍ୱିଟରରେ #BoycottBollywood #BoycuttLaxmiBomb ଖୁବ ଟ୍ରେଣ୍ଡ କରୁଛି ।
https://twitter.com/sumit_real07/status/1314476001510875138
World is against Bollywood for a reason
130 Cr people can't get INSANE at same time
Bollywood SHOULD PAY US FOR WATCHING UR MOVIES
We won't SPEND our HARD EARNED MONEY TO MAKE U BILLIONAIRE#FastTrackCBI4SSR#BoycottLaxmmiBomb #LaxmmiBombTrailer #BoycottLaxmiBomb pic.twitter.com/3z0lPMpTBV
— Nitika Singh??? (@itsNitikaSingh) October 9, 2020
ଜଣାଇ ରଖୁଛୁ ଯେ, ଫିଲ୍ମ ଲକ୍ଷ୍ମୀ ବମରେ ଅଭିନେତା ଅକ୍ଷୟ କୁମାରଙ୍କ ସହ ଅଭିନେତ୍ରୀ କିଆରା ଅଡଭାନୀ ମଧ୍ୟ ନଜର ଆସୁଛନ୍ତି । ଏହାର ନିର୍ଦ୍ଦେଶନା ରାଘବ ଲରେନ୍ସ କରିଛନ୍ତି । ଏହି ଫିଲ୍ମଟି ସାଉଥ ଫିଲ୍ମ ମୁନି ୨: କଞ୍ଚନାର ରିମେକ ଅଟେ । ଏହି ଫିଲ୍ମ ନଭେମ୍ବର ଡିଜନୀ ପ୍ଲସ ହଟଷ୍ଟାରରେ ରିଲିଜ ହେବାକୁ ଯାଉଛି ।