ନ୍ୟାସନାଲ ଜିଓଗ୍ରାଫିରେ ଶନିବାର ପ୍ରଦର୍ଶିତ ହେବ ‘ଲୋୟର ସୁକତେଲ କାହାଣୀ’
1 min readଭୁବନେଶ୍ୱର: ନ୍ୟାସନାଲ ଜିଓଗ୍ରାଫିରେ ଆସନ୍ତାକାଲି ପ୍ରଦର୍ଶିତ ହେବ ଲୋୟର ସୁକତେଲ କାହାଣୀ। ବଲାଙ୍ଗୀର ଜିଲ୍ଲାରେ ଜଳସେଚନ ଓ ପାନୀୟ ଜଳ ଯୋଗାଣ କ୍ଷେତ୍ରରେ ରୂପାନ୍ତରଣ ପ୍ରକଳ୍ପ ଲୋୟର ସୁକତେଲ ଡ୍ୟାମ। କେମିତି ତିଆରି ହୋଇଥିଲା ଲୋୟର ସୁକତେଲ ଡ୍ୟାମ। ପୂରା କାହାଣୀ ନ୍ୟାସନାଲ ଜିଓଗ୍ରାଫିର ସ୍ବତନ୍ତ୍ର କାର୍ଯ୍ୟକ୍ରମ ସୁପରଷ୍ଟ୍ରକ୍ଚରରେ ଆସନ୍ତାକାଲି ସଂଧ୍ୟା ୭ଟାରେ ପ୍ରଦର୍ଶିତ ହେବ।
#LowerSuktelDam is a transformational project for assured irrigation and drinking water supply in #Balangir district. Watch the construction of the colossal Lower Suktel Dam to be telecast by @NatGeoIndia in its special programme #Superstructues at 7 PM, 6th Jan, 2024. #5T pic.twitter.com/CajCFY4rEs
— CMO Odisha (@CMO_Odisha) January 5, 2024
ଏନେଇ ସୋସିଆଲ୍ ମିଡିଆ ‘ଏକ୍ସ’ରେ ପୋଷ୍ଟ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଗତ ୩ ତାରିଖରେ ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପର ଲୋକାର୍ପଣ କରିଥିଲେ ମୁଖ୍ୟମନ୍ତ୍ରୀ। ଏହାଦ୍ବାରା ବଲାଙ୍ଗୀର ଓ ସୋନପୁର ଦୁଇ ଜିଲ୍ଲାର ୨୦୩ଟି ଗାଁ ର ଏକ ଲକ୍ଷ ଏକର ଜମିକୁ ପାଣି ମିଳିବ। ୭୦ହଜାରରୁ ଅଧିକ ଲୋକ ପିଇବା ପାଣି ସୁବିଧା ପାଇବେ।