ତାତିରୁ ମିଳିବ ଆଶ୍ଵସ୍ତି, ଆସୁଛି ଲଘୁଚାପ ବର୍ଷା
1 min readଭୁବନେଶ୍ବର: ଆସୁଛି ଲଘୁଚାପ । ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା । ମେ ୨୨ରେ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବା ନେଇ ଆଶଙ୍କା ପ୍ରକାଶ କରିଛି ପାଣିପାଗ କେନ୍ଦ୍ର । ୨୪ ତାରିଖ ଆଡ଼କୁ ଏହା ଅବପାତର ରୂପ ନେଇପାରେ । ଏହାର ପ୍ରଭାବରେ ଉପକୂଳ ଓଡ଼ିଶାରେ ବର୍ଷା ହେବାର ସମ୍ଭାବନା ରହିଛି । ଆସନ୍ତା ୨୨ ତାରିଖରେ ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେବା ସମ୍ଭାବନା ରହିଛି । ଏହା ସମୁଦ୍ର ଭିତରେ ଧିରେ ଧିରେ ଦକ୍ଷିଣ-ପୂର୍ବ ଦିଗକୁ ଗତି କରି ଅବପାତର ରୂପ ନେଇପାରେ । ମେ ୨୪ ତାରିଖ ବେଳକୁ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ ଅବପାତର ରୂପ ନେଇପାରେ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଏହାର ପ୍ରଭାବରେ ଉପକୂଳ ଓଡିଶାରେ ବର୍ଷା ହୋଇପାରେ ବୋଲି ଆଶଙ୍କା ପ୍ରକାଶ ସୃଷ୍ଟି ହୋଇଛି । ଏହାସହ ଆଗାମୀ ୪ ରୁ ୫ ଦିନ ମଧ୍ୟ୍ୟରେ କିଛି କିଛି ସ୍ଥାନରେ ହିଟୱେଭ ସ୍ଥିତି ଦେଖିବାକୁ ମିଳିବ ଦିନ ତାପମାତ୍ରାରେ ୨ ରୁ ୩ ଡିଗ୍ରୀ ବୃଦ୍ଧି ପାଇବ । ଏହାସହ ୨ ୟ ପର୍ଯ୍ୟାୟରେ ନିର୍ବାଚନ ହେବାକୁ ଥିବା ଜିଲ୍ଲା ଗୁଡିକରେ ମଧ୍ୟ ହିଟୱେଭ ସ୍ଥିତି ଦେଖିବାକୁ ମିଳିବ ବୋଲି ସୂଚନା ଦେଉଛି କେନ୍ଦ୍ର ।