ସ୍ଥିତି ସୁଧୁରି ଆସୁଥିବା ବେଳେ ପୁଣି ପିରିସ୍ଥିତିକୁ ଜଟିଳ କରୁଛି ଲଘୁଚାପ

ମାଲକାନଗିରି: ମାଲକାନଗିରି ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ପୁଣି ବର୍ଷା ଆରମ୍ଭ ହୋଇଯାଇଛି । ଚିତ୍ରକୋଣ୍ଡା ଓ ମଥିଲିରେ ପ୍ରବଳ ବର୍ଷା ହେଉଛି । ଖଇରପୁଟ, କୋରୁକୋଣ୍ଡା ଓ ମାଲକାନଗିରିରେ ବି ବର୍ଷା ଜାରି ରହିଛି ।  ଗତ ୪୮ ଘଣ୍ଟା ବର୍ଷା ହୋଇନଥିବା ଯୋଗୁଁ ସ୍ଥିତିରେ ସୁଧାର ଆସିଥିଲା । ନଦୀଗୁଡିକର ଜଳସ୍ତର ବି କମିଥିଲା । ମୋଟୁରେ ଜଳସ୍ତର ହ୍ରାସ ପାଇବା ଯୋଗୁଁ ବଡ଼ ଧରଣ ବିପଦ ଟଳିଯାଇଥିଲା । ହେଲେ ପୁଣି ବର୍ଷା ଆରମ୍ଭ ହୋଇଯାଇଥିବାରୁ ଚିନ୍ତା ବଢ଼ିଯାଇଛି । ଗତକାଲି ମନ୍ତ୍ରୀ ସୁଦାମ ମାରାଣ୍ଡି ଓ ଏସ ଆର ସି ବନ୍ୟା ପରିସ୍ଥିତି ନେଇ ସମୀକ୍ଷା କରି ଫେରିଛନ୍ତି ।

ତେବେ ଯେକୌଣସି ପରିସ୍ଥିତିର ମୁକାବିଲା ପାଇଁ ସରକାର ଓ ପ୍ରଶାସନ ସଜାଗ ରହିଥିବା ସୂଚନା ରହିଛି । ସେପଟେ ସୀମାନ୍ତ ମୋଟୁରେ ଥିବା ସାଲେରୁ ଓ ଗୋଦାବରୀ ନଦୀ ଜଳ ବଢି ଥିବାରୁ ମୋଟୁ ପଂଚାୟତର ବହୁ ଗ୍ରାମର ଘର ,ଚାଷ ଜମି କ୍ଷୟକ୍ଷତି ହେଇଥିବାର ସୂଚନା ମିଳିଥିଲା । କିନ୍ତୁ ଆଜି ସକାଳେ ଟିକେ ବର୍ଷା କମିବାରୁ ମୋଟୁ ଅଞ୍ଚଳ ସ୍ଥିତି ସୁଧୁରିବାରେ ଲାଗିଛି । ଅଞ୍ଚଳବାସୀ ଆସ୍ୱସ୍ତ ହେଉଛନ୍ତି ।  କିନ୍ତୁ ଆଉ ଏକ ଲଘୁଚାପ ସୂଚନା ପରେ ଚିନ୍ତାରେ ଲୋକେ । ବ୍ଲକ ପ୍ରଶାସନ , ମୋଟୁ ତହସିଲଦାର ଏବଂ ପୋଲିସ ପ୍ରଶାସନ ତରଫରୁ ସଜାଗ ରହିଛନ୍ତି ।

Leave a Reply