ସୃଷ୍ଟି ହେଲା ଘୁର୍ଣ୍ଣିବଳୟ; ୧୯ରେ ଲଘୁଚାପ, ୧୮ ଓ ୧୯ ପ୍ରବଳ ଛେଚିବ

ଭୁବନେଶ୍ୱର: ସୃଷ୍ଟି ହେଲା ଘୁର୍ଣ୍ଣିବଳୟ, ୧୯ରେ ଲଘୁଚାପ । ଆସନ୍ତାକାଲି ଠାରୁ ବର୍ଷା । ୧୮ ଓ ୧୯ ଦୁଇ ଦିନ ହେବ ପ୍ରବଳ ବର୍ଷା । ଆଜି ସକାଳେ ଦକ୍ଷିଣ ମିଆଁମାର ଏବଂ ପାର୍ଶ୍ଵବର୍ତ୍ତୀ ଅଞ୍ଚଳ ଉପରେ ବାୟୁମଣ୍ଡଳରେ ୫.୮ କିଲୋମିଟର ଯାଏଁ ଗୋଟିଏ ଘୁର୍ଣ୍ଣି ବଳୟ ସକ୍ରିୟ ରହିଛି। ପ୍ରଭାବରେ ଅଗଷ୍ଟ ୧୯ତାରିଖ ପାଖାପାଖି ଉତ୍ତରବଙ୍ଗୋପସାଗର ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ । ଯାହାର ପ୍ରଭାବରେ ଆସନ୍ତାକାଲି ଠାରୁ ରାଜ୍ୟରେ ବର୍ଷା ଆରମ୍ଭ ହେବ।

ଆସନ୍ତାକାଲି ସକାଳ ୮ଟା ୩୦ ସୁଦ୍ଧା ଢେଙ୍କାନାଳ, ସୁନ୍ଦରଗଡ, ଦେଓଗଡ଼, ଝାରସୁଗୁଡା, ସମ୍ବଲପୁର, ଅନୁଗୁଳ, ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କେନ୍ଦୁଝର, ମୟୁରଭଂଜ, ବାଲେଶ୍ଵର, ଭଦ୍ରକ, କେନ୍ଦ୍ରାପଡା, ଯାଜପୁର, ଜଗତସିଂହପୁର ଓ କଟକରେ ପ୍ରବଳ ବର୍ଷା ନେଇ ୟେଲୋ ଆଲର୍ଟ ଜାରି ହୋଇଛି। ସେହିଭଳି ୧୯ ତାରିଖରେ ୧୭ଜିଲାକୁ ଅରେଞ୍ଜ ଆଲର୍ଟ ସହ ୧୩ଜିଲାକୁ ୟେଲୋ ଆଲର୍ଟ ଜାରି ହୋଇଛି । ସେହିଭଳି ୨୦ ତାରିଖରେ ୮ ଜିଲାକୁ ଅରେଞ୍ଜ ସହ ୯ ଜିଲାକୁ ୟେଲୋ ଆଲର୍ଟ ଜାରି ହୋଇଛି । ୨୦ତାରିଖ ପର୍ଯ୍ୟନ୍ତ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଯିବାକୁ ବାରଣ କରାଯାଇଛି । ତେବେ ୧୯ ତାରିଖରୁ ଛତିଶଗଡ଼ରେ ବର୍ଷା ହେବ । ଫଳରେ ମହାନଦୀ ଉପର ମୁଣ୍ଡରେ ବର୍ଷା ସହ ନଦୀ ଜଳସ୍ତର ବୃଦ୍ଧି ପାଇବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ।