spot_img

Latest Posts

ଆସୁଛି ବାତ୍ୟା ‘ମୋନ୍ଥା’ ; ୨୪ ଘଣ୍ଟାରେ ସ୍ପଷ୍ଟ ହୋଇପାରେ ଚିତ୍ର

ଭୁବନେଶ୍ବର : ପୁଣି ଅକ୍ଟୋବର, ପୁଣି ପଶିଲା ଛନକା । ଆସନ୍ତା ୨୭ରେ ଆସୁଛି ବାତ୍ୟା ମୋନ୍ଥା । ୨୪ ଘଣ୍ଟାରେ ସ୍ପଷ୍ଟ ହୋଇପାରେ ଚିତ୍ର । ପୂର୍ବାନୁମାନ କଲା ଭାରତୀୟ ପାଣିପାଗ ବିଭାଗ  । ବଙ୍ଗୋପ ସାଗରରେ ସୃଷ୍ଟି ହେଲା ଅବପାତ । ସୁଦୃଶ୍ୟ ଲଘୁଚାପଟି ଅବପାତରେ ପରିଣତ ହୋଇଛି । ଆସନ୍ତାକାଲି ଏହା ଗଭୀର ଅବପାତରେ ପରିଣତ ହେବ। ସିଷ୍ଟମଟି ଧୀରେ ଧୀରେ ଅଧିକ ଶକ୍ତିଶାଳୀ ହୋଇ ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଗତି କରୁଛି। ଏହା ୨୭ ତାରିଖ ସକାଳେ ବାତ୍ୟାରେ ପରିଣତ ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ବର୍ତ୍ତମାନ ସୁଦ୍ଧା ଏହାର ଗତିପଥ ସ୍ପଷ୍ଟ ହୋଇନାହିଁ। ୨୭ ତାରିଖ ସକାଳେ ବାତ୍ୟାର ଗତିପଥ ଠିକ୍ ଭାବେ ଜଣାପଡ଼ିବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। କେଉଁଠି ଲ୍ୟାଣ୍ଡଫଲ ହେବ ତାହା ମଧ୍ୟ ଜଣାପଡ଼ିନି। ତେବେ ବାତ୍ୟା ପାଇଁ ପାଗ ଅନୁକୁଳ ରହିଥିବା ସୂଚନା ଦେଇଛି ଭାରତୀୟ ପାଣିପାଗ ବିଭାଗ ।

ପ୍ରତିକୂଳ ପାଗ ପରିସ୍ଥିତି ଯୋଗୁଁ ତାମିଲନାଡୁ, ଆନ୍ଧ୍ରପ୍ରଦେଶ ଓ ଓଡ଼ିଶା ଉପକୂଳବର୍ତ୍ତୀ ଅଞ୍ଚଳରେ ସମୁଦ୍ର ଅଶାନ୍ତ ରହିବ । ପ୍ରବଳ ବର୍ଷା ଏବଂ ପବନ ବହିବାର ସମ୍ଭାବନା ରହିଛି । ୨୭ ତାରିଖରୁ ୨୯ ତାରିଖ ପର୍ଯ୍ୟନ୍ତ ଦକ୍ଷିଣ ଓଡ଼ିଶା ଓ ପଶ୍ଚିମ ଓଡ଼ିଶାରେ ବର୍ଷା ହେବ । ୨୭ରୁ ୨୯ ତାରିଖ ଯାଏ ଓଡ଼ିଶାରେ ପ୍ରବଳ ବର୍ଷାର ସମ୍ଭାବନା ସହିତ ବିଭିନ୍ନ ଜିଲାକୁ ବର୍ଷା ନେଇ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ ।କୋରାପୁଟ, ନୂଆପଡ଼ା, ଗଜପତି, କନ୍ଧମାଳ ସହିତ ଅନ୍ୟ ଜିଲା ଗୁଡ଼ିକରେ ଏହାର ପ୍ରଭାବ ରହିପାରେ ଉପକୂଳବର୍ତ୍ତୀ ଜିଲ୍ଲା ମାନଙ୍କରେ ସମୁଦ୍ର କୂଳରେ ୫୦ ରୁ ୬୦ କିମି ବେଗରେ ପବନ ବହି ପାରେ। ଥାଇଲାଣ୍ଡ ଦ୍ବାରା ପ୍ରସ୍ତାବିତ ଶବ୍ଦ ମୋନ୍ଥା ଅନୁସାରେ ବାତ୍ୟାର ନାମକରଣ କରାଯାଇଛି । ମୋନ୍ଥାର ଅର୍ଥ ସୁଗନ୍ଧିତ ଫୁଲ ବା ସୁନ୍ଦର ଫୁଲ

Latest Posts

Don't Miss