ବଙ୍ଗୋପସାଗରରେ ସୃଷ୍ଟି ହେଲା ସୁଦୃଶ୍ୟ ଲଘୁଚାପ, ୧୦ରୁ ବର୍ଷା ପବନ ବଢିବ

1 min read

ଭୁବନେଶ୍ବର: ସୁଦୃଶ୍ୟ ଲଘୁଚାପ କ୍ଷେତ୍ରରେ ପରିଣତ ହେଲା ଲଘୁଚାପ । ଭୋର ସାଢେ ୫ଟାରେ ସୁଦୃଶ୍ୟ ଲଘୁଚାପ ସୃଷ୍ଟି ହୋଇଥିବା ବେଳେ ସନ୍ଧ୍ୟା ସୁଦ୍ଧା ଅବପାତରେ ପରିଣତ ହେବ । ଆସନ୍ତାକାଲି ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଓ ଆଣ୍ଡାମାନ ସାଗରରେ ନେଇପାରେ ବାତ୍ୟାର ରୂପ । ୧୨ ତାରିଖ ସକାଳ ଯାଏଁ ଏହା ଉତ୍ତର ଉତ୍ତର-ପଶ୍ଚିମ ଦିଗରେ ଗତି କରିବ ।

୧୨ ତାରିଖରେ ଏହା ଗତିପଥ ପରିବର୍ତ୍ତନ କରି ବାଂଲାଦେଶ, ମିଆଁମାର ଆଡକୁ ଯିବା ନେଇ ପୂର୍ବାନୁମାନ କରାଯାଇଛି । ଏହା ଭେରି ସିଭିୟର ସାଇକ୍ଲୋନିକ୍ ଷ୍ଟର୍ମରେ ପରିଣତ ହୋଇପାରେ । କେଉଁଠି ଲ୍ୟାଣ୍ଡଫଲ କରିବ ବାତ୍ୟା ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ । ତେବେ ଓଡ଼ିଶାକୁ ନାହିଁ ବାତ୍ୟା ବିପଦ  ।

ବାତ୍ୟା ପ୍ରଭାବରେ ଆଜିଠୁ ଆଣ୍ଡାମାନ ନିକୋବରରେ ବର୍ଷା ଆରମ୍ଭ ହେବ। ପ୍ରବଳରୁ ଅତିପ୍ରବଳ ବର୍ଷା ନେଇ ସତର୍କତା ଜାରି କରିଛି ଭାରତୀୟ ପାଣିପାଗ ବିଭାଗ। ୧୦ତାରିଖରେ ବର୍ଷା ପବନ ବଢିବ । ଏହାର ପ୍ରଭାବରେ ୧୨ତାରିଖ ପର୍ଯ୍ୟନ୍ତ ସମୁଦ୍ର ଅଶାନ୍ତ ରହିବ । ତେଣୁ ଦକ୍ଷିଣ ପୂର୍ବ ବଙ୍ଗୋପସାଗର, ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର, ଆଣ୍ଡାମାନ ସାଗରକୁ ଯିବାକୁ ମତ୍ସ୍ୟଜୀବୀଙ୍କୁ ବାରଣ କରାଯାଇଛି।