ଦକ୍ଷିଣ ବଙ୍ଗୋପସାଗରରେ ଆସୁଛି ଲଘୁଚାପ, ବାତ୍ୟାରେ ପରିଣତ ହେବ କି ନାହିଁ ହୋଇନି ସ୍ପଷ୍ଟ

ଭୁବନେଶ୍ୱର: ଆସୁଛି ଲଘୁଚାପ । ସପ୍ତାହେ ପରେ ଦକ୍ଷିଣ ବଙ୍ଗୋପସାଗରରେ ସୃଷ୍ଟି ହେବ ଲଘୁଚାପ କ୍ଷେତ୍ର । ମେ’ ୫ ତାରିଖ ପାଖାପାଖି ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ନେଇ ପୂର୍ବାନୁମାନ କରିଛନ୍ତି ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର । ଏହାପରେ ଅବପାତରେ ପରିଣତ ହେବା ମଧ୍ୟ ସମ୍ଭାବନା ରହିଛି । ହେଲେ ଓଡ଼ିଶା ଉପରେ ଏହାର କୌଣସି ପ୍ରଭାବ ରହିବ ନାହିଁ । ଦକ୍ଷିଣ ବଙ୍ଗୋପସାଗର ତଥା ନିକଟବର୍ତ୍ତୀ ଅଞ୍ଚଳରେ ଏହାର ପ୍ରଭାବ ପଡ଼ିବ ।

ତେବେ ଅବପାତ ବାତ୍ୟା ରୂପ ହେବା ନେଇ ସ୍ପଷ୍ଟ ସୂଚନା ନାହିଁ । ଲଘୁଚାପ କ୍ଷେତ୍ର ସୃଷ୍ଟି ହେଲେ ପରବର୍ତ୍ତୀ ପୂର୍ବାନୁମାନ କରିହେବ ବୋଲି ଆଇଏମଡି ଡିଜି କହିଛନ୍ତି । ତେବେ ଲୋକ ଏହାକୁ ନେଇ ଡରିବାର ନାହିଁ । କେବଳ ମତ୍ସ୍ୟଜୀବୀଙ୍କୁ ସତର୍କ ରହିବାକୁ କହିଛନ୍ତି ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ।