ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ, ୨୪ ସୁଦ୍ଧା ନେବ ବାତ୍ୟାର ରୂପ
1 min readଭୁବନେଶ୍ୱର: ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗରରେ ଆଜି ଲଘୁଚାପ କ୍ଷେତ୍ର ସକ୍ରିୟ ହୋଇଛି । ୨୪ ତାରିଖ ସୁଦ୍ଧା ଏହା ସାମୁଦ୍ରିକ ଝଡ଼ ବା ବାତ୍ୟାର ରୂପ ନେବ ବୋଲି ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ଏହା କ୍ରମଶଃ ଘନୀଭୂତ ହୋଇ ଅତି ଭୟଙ୍କର ସାମୁଦ୍ରିକ ଝଡ଼ରେ ପରିଣତ ହେବ । ଏହା ଉତ୍ତର-ଉତ୍ତରପଶ୍ଚିମ ଦିଗକୁ ଗତି କରିବ ବୋଲି ଜଣାପଡ଼ିଛି ।
Low pressure area has formed over eastcentral BoB today morning. To intensify into a CS by 24th May. To intensify further into Very Severe Cyclonic Storm, move north-northwestwards and cross West Bengal and adjoining north Odisha & Bangladesh coasts around 26th evening. pic.twitter.com/DakiLqpw0f
— India Meteorological Department (@Indiametdept) May 22, 2021
୨୬ ତାରିଖ ସକାଳେ ପଶ୍ଚିମବଙ୍ଗ ଏବଂ ତତସଂଲଗ୍ନ ଉତ୍ତର ଓଡ଼ିଶା ଉପକୂଳ ଓ ବାଂଲାଦେଶ ଉପକୂଳକୁ ଏହା ଛୁଇଁବ ବୋଲି ପାଣିପାଗ ବିଭାଗ ଆକଳନ କରିଛି । ବାତ୍ୟା ପ୍ରଭାବରେ ୨୪ ତାରିଖରୁ ପବନ ଆରମ୍ଭ ହେବ । ୨୫ ତାରିଖରେ ଓଡ଼ିଶା ଉପକୂଳ ଜିଲ୍ଲାରେ ବର୍ଷା ହେବ । ଏନେଇ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।