ଦକ୍ଷିଣ ଆଣ୍ଡାମାନ ସାଗରରେ ଘୂର୍ଣ୍ଣିବଳୟ, ବର୍ତ୍ତମାନ ପାଇଁ ଓଡ଼ିଶାକୁ ନାହିଁ ବାତ୍ୟା ଭୟ

1 min read

ଭୁବନେଶ୍ୱର: ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଏବଂ ଏହାର ନିକଟସ୍ଥ ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଛି ଘୂର୍ଣ୍ଣିବଳୟ । ଏହା ଆଜି ସକାଳେ ଲଘୁଚାପର ରୁପ ନେଇଛି । ଆଇଏମ୍‌ଡିର ପୂର୍ବାନୁମାନ ଅନୁଯାୟୀ ଉତ୍ତର ପଶ୍ଚିମରେ ଗତି କରିବ ଏହି ଲଘୁଚାପ । ମେ’ ୧୫ ତାରିଖରେ ଅବପାତରେ ପରିଣତ ହେବ ଲଘୁଚାପ । ଏହାପରେ ୧୬ ତାରିଖ ସନ୍ଧ୍ୟା ସୁଦ୍ଧା ଏହା ବାତ୍ୟାରେ ପରିଣତ ହେବାର ଆଶଙ୍କା କରିଛି ପାଣିପାଗ ବିଭାଗ ।

୧୭ ତାରିଖ ପରେ ଏହା ଦିଗ ପରିବର୍ତ୍ତନ କରି ଏହା ଉତ୍ତର ଓ ଉତ୍ତର-ପୂର୍ବ ଦିଗକୁ ଗତି କରିବ ବୋଲି ପୂର୍ବାନୁମାନ କରାଯାଇଛି । ବର୍ତ୍ତମାନର ଆକଳନ ଅନୁଯାୟୀ ଏହାର ପ୍ରଭାବ ସମୁଦ୍ରରେ ରହିବ । ଘଣ୍ଟା ପ୍ରତି ୭୫ରୁ ୮୦ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହିଛି । ତେବେ ସମୁଦ୍ର ମଧ୍ୟକୁ ମତ୍ସ୍ୟଜୀବୀଙ୍କୁ ଜିବା ପାଇଁ ବାରଣ କରାଯାଇଛି ।

ଦକ୍ଷିଣ ବଙ୍ଗୋପସାଗର ଓ କେନ୍ଦ୍ରୀୟ ବଙ୍ଗୋପସାଗରରେ ୧୫ ତାରିଖରୁ ଏହାର ପ୍ରଭାବ ଦେଖିବାକୁ ମିଳିବ । ଓଡିଶା ଉପକୂଳରେ ଏହାର କେତେ ପ୍ରଭାବ ପଡିବ ତାହା ଆସନ୍ତାକାଲି ସ୍ପଷ୍ଟ ହେବ ବୋଲି ସୂଚନା ଦେଇଛନ୍ତି ଆଇଏମ୍‌ଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ।

Leave a Reply