ପ୍ରେମିକା ଦେଉଛି ଠକେଇର ଗୁପ୍ତ ତଥ୍ୟ, ଜେରା କରୁଛି ପୋଲିସ

1 min read

ଭୁବନେଶ୍ୱର: ଘରୋଇ କଲେଜରୁ 97 ଲକ୍ଷ ଟଙ୍କା ହେରଫେର ଘଟଣା । ୩ଦିନିଆ ରିମାଣ୍ଡ ବେଳେ ପ୍ରମୀ ଯୁଗଳଙ୍କୁ ମାରାଥନ ଜେରା । ଜେରା ବେଳେ ଅନେକ ଗରୁତ୍ୱପୂର୍ଣ୍ଣ ତଥ୍ୟ ହାସଲ କରିଛି ପୋଲିସ । କଲେଜକୁ ଲକ୍ଷାଧିକ ଟଙ୍କା ହଡ଼ପ ଘଟଣାରେ କଲେଜ ଆଟେଣ୍ଡାଣ୍ଟ ରଶ୍ମିରଞ୍ଜନ ସେଣଙ୍କ ସମ୍ପୃକ୍ତି ଥିବା ମାନିଛନ୍ତି ଠକ ପ୍ରେମୀଯୁଗଳ । ଏହାପରେ ରଶ୍ମିରଞ୍ଜନଙ୍କୁ ମଧ୍ୟ ପଚରାଉଚରା କରିଛି ପୋଲିସ ।

ରଶ୍ମିରଞ୍ଜନ ଲେଡି ଆକାଉଣ୍ଟାଣ୍ଟଙ୍କ ବ୍ୟାଙ୍କ ଖାତାରେ 15 ଲକ୍ଷ ଟଙ୍କା ଜମା କରିଥିବା ସୂଚନା ମିଳିଛି । ବ୍ୟାଙ୍କ ପାସବୁକ ଟ୍ରାଞ୍ଜାକ୍ସନର ସବିଶେଷ ତଥ୍ୟ ମଧ୍ୟ ପୋଲିସ ହାତରେ ଲାଗିଛି । TCSରୁ ସାଇବର ଏକ୍ସପର୍ଟ ଟିମର ସହଯୋଗ ଲୋଡିଲା ତମାଣ୍ଡୋ ପୋଲିସ  । ଅନଲାଇନ ଟ୍ରାଞ୍ଜାକ୍ସନ ଓ ଅନଲାଇନ ଜୁଆ ଖେଳରେ ଠକ ପ୍ରମିକ ବିକାଶ କୁମାର ଲଗାଇଥିବା ଟଙ୍କାର ଯାଞ୍ଚ କରିବ ଟିମ୍ ।