ପ୍ରେମ ପରେ ପ୍ରତାରଣା, ବାହା ହେବାକୁ କହିବାରୁ ଶେଷରେ କଲା ଏମିତି

ବଲାଙ୍ଗୀର: ବାହା ହେବାକୁ ଜିଦ୍‌ ଧରିବାରୁ ପ୍ରେମିକାଙ୍କୁ ଦୁଷ୍କର୍ମ ପରେ ଗଳାକାଟି ଜଙ୍ଗଲରେ ଫିଙ୍ଗିଦେଲା ସୈତାନ ପ୍ରେମିକ । ବଲାଙ୍ଗୀର ଜିଲ୍ଲା ତୁଷରା ଅଞ୍ଚଳରେ ଏହି ଘଟଣା ଘଟିଛି । ଯୁବତୀଙ୍କୁ ମୁମୁର୍ଷୂ ଅବସ୍ଥାରେ ଉଦ୍ଧାର କରାଯାଇଥିବା ବେଳେ ଯୁବକକୁ ଗିରଫ କରିଛି ପୋଲିସ । କଳାହାଣ୍ଡି ଜିଲ୍ଲା ନର୍ଲା ଅଞ୍ଚଳର ଜଣେ ଯୁବତୀ ଓ ବଲାଙ୍ଗୀର ଜିଲ୍ଲା ତୁଷରା ଥାନା ତେନ୍ତୁଲିଖୁଣ୍ଟି ଗାଁର ଛବିଲାଲ ଭୋଇଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିଲା ।

ଦେଢ଼ବର୍ଷ ତଳେ ସେମାନେ ତାମିଲନାଡୁ ପଳାଇଥିଲେ । ବାହା ହେବାକୁ ଯୁବତୀ ଜିଦ୍‌ ଧରିବାରୁ ଗୁରୁବାର ସେମାନେ ଆସି ବଲାଙ୍ଗୀର ରେଳ ଷ୍ଟେସନରେ ପହଞ୍ଚିଥିଲେ । ପରେ ଛବିଲାଲର ଭିଣୋଇ ସହ ସେମାନେ ଯାଇଥିଲେ ସଇଁତଲା । ସେଠାରୁ ରାତିରେ ଘରକୁ ଫେରିବା ବେଳେ ଯୁବତୀଙ୍କୁ ସିକେରପାଟ ଜଙ୍ଗଲରେ ଦୁଷ୍କର୍ମ କରିବା ପରେ ଛୁରିରେ ଯୁବତୀଙ୍କ ଗଳା କାଟି ଫିଙ୍ଗି ଦେଇଥିଲା ଛବିଲାଲ୍‌ ।

ଯୁବତୀ ମରି ଯାଇଥିବା ଭାବି ସେ ପଳାଇଥିଲା । ଯୁବତୀ ରାତିରେ ଗୁରୁତର ଅବସ୍ଥାରେ ଜଙ୍ଗଲରୁ ବାହାରକୁ ଆସିବା ପରେ ସକାଳେ ପୋଲିସ ତାଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଛି । ପ୍ରତାରକ ପ୍ରେମିକ ତଥା ହତ୍ୟା ଉଦ୍ୟମ କରିଥିବା ଛବିଲାଲ୍‌ ଭୋଇକୁ ପୋଲିସ ଗିରଫ କରିଛି ।

Leave a Reply