ପ୍ରେମିକଙ୍କ ସହ ଧରାପଡ଼ିଲେ ବିବାହିତା ମହିଳା, ଦୁହିଁଙ୍କ ନାକ କାଟିଦେଲେ ଲୋକ

ଲକ୍ଷ୍ନୌ: ଅଯୋଧ୍ୟାରେ ଲଜ୍ଜା । ପ୍ରେମ ପାଇଁ କଟିଲା ନାକ । ବର୍ବରୋଚିତ ବ୍ୟବହାରର ଆଉ ଏକ ଘଟଣା ଦେଖିବାକୁ ମିଳିଛି ଉତ୍ତର ପ୍ରଦେଶର ଅଯୋଧ୍ୟାରେ । ରାମ ଜନ୍ମଭୂମି ଅଯୋଧ୍ୟା ରାମ ମନ୍ଦିରକୁ ନେଇ ଚର୍ଚ୍ଚାକୁ ଆସୁଥିବା ବେଳେ ଏକ ଅଜବ ଘଟଣା ପାଇଁ ପୁଣି ଶିରୋନାମା ପାଲଟିଛି । ପର ପୁରୁଷ ସହ ଧରାପଡ଼ି ନାକ ହରାଇଛନ୍ତି ବିବାହିତା ମହିଳା । ସଭ୍ୟ ସମାଜର କିଛି ଅସଭ୍ୟ ଲୋକ ମହିଳାଙ୍କ ସହ ଉକ୍ତ ଯୁବକଙ୍କ ନାକକୁ କାଟି ଦେଇଛନ୍ତି । କୁହାଯାଉଛି ମହିଳାଙ୍କ ସହ ଥିବା ଯୁବକ ଜଣକ ଅନ୍ୟ ଏକ ସମ୍ପଦାୟର । ଅଯୋଧ୍ୟା ପୋଲିସ ମାମଲାର ତଦନ୍ତ କରୁଛି ।ପଟରଙ୍ଗା ଥାନା ପିପରା ଗାଁର ଜଣେ ୩୦ ବର୍ଷୀୟ ମହିଳାଙ୍କୁ ପ୍ରେମିକଙ୍କ ସହ ଦେଖି ପରିବାର ଲୋକ ରାଗି ଯାଇଥିଲେ । ଦୁହିଁଙ୍କ ସମ୍ପର୍କ ବିଷୟରେ ଜାଣିବା ପରେ ଉଭୟଙ୍କ ନାକ କାଟି ଦେଇଥିଲେ । ଉଭୟଙ୍କ ଅବସ୍ଥା ଗୁରୁତର ହେବାରୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।ମଙ୍ଗଳବାର ଉଭୟଙ୍କୁ ଆପତ୍ତିଜନକ ଅବସ୍ଥାରେ ଗାଁ ଲୋକ ଧରିଥିଲେ । ତାପରେ ଆରମ୍ଭ ହୋଇଥିଲା ବର୍ବରତା । ଦୁହିଁଙ୍କୁ ଦଉଡ଼ିରେ ବାନ୍ଧିଦେଇ ନିର୍ଧୁମ ପିଟିବା ସହ ନାକ କାଟିଦେଇଥିଲେ ।

ବାହାଘର ପୂର୍ବରୁ ପୁଅର ବାପା ସହ ଝିଅର ମାଆ ଫେରାର୍

Leave a Reply