spot_img

Latest Posts

ପ୍ରେମିକାକୁ ଗୁଳି କରି ହତ୍ୟା କଲା ପ୍ରେମିକ

ନନ୍ଦିଘୋଷ ବ୍ୟୁରୋ: ଆଇଟି ଇଞ୍ଜିନିୟରଙ୍କୁ ଗୁଳି କରି ହତ୍ୟା କଲା ବୟଫ୍ରେଣ୍ଡ। ମହାରାଷ୍ଟ୍ର ପୁଣେରେ ଘଟିଛି ଏ ଚାଞ୍ଚଲ୍ୟକାରୀ ଘଟଣା। ହୋଟେଲରେ ମହିଳା ଆଇଟି ଇଞ୍ଜିନିୟରଙ୍କୁ ଗୁଳି କରି ହତ୍ୟା କରିଛି ପ୍ରେମିକ। ହତ୍ୟାକାଣ୍ଡର ଅଭିଯୁକ୍ତ ପ୍ରେମିକ ଋଷଭ ନିଗମଙ୍କୁ ମୁମ୍ବାଇରୁ ଗିରଫ କରିଛି ପୋଲିସ। ତାଙ୍କ ଘର ଉତ୍ତରପ୍ରଦେଶର ଲକ୍ଷ୍ନୌରେ। ମୃତ ମହିଳା ସଫ୍ଟଓୟାର ଇଂଜିନିୟର ବନ୍ଦନା ଦିବେଦୀ ବୋଲି ଜଣାପଡିଛି। ସେ ପୁଣେରେ ଏକ ଖ୍ୟାତନାମା ଆଇଟି ଫାର୍ମରେ କାମ କରୁଥିଲେ। ଉଭୟ ୧୦ ବର୍ଷ ହେବ ପରସ୍ପର ସମ୍ପର୍କରେ ଥିଲେ। ଦୁହିଁଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିଲା। ବନ୍ଦନାଙ୍କୁ ଭେଟିବା ଲାଗି ଅଭିଯୁକ୍ତ ଋଷଭ ପୁଣେ ଆସିଥିଲେ। ଗତ ୨୫ ତାରିଖରୁ ଉଭୟ ଏକ ହୋଟେଲ ବୁକ୍ କରି ରହିଆସୁଥିଲେ।ବନ୍ଦନାଙ୍କ ଚରିତ୍ରକୁ ନେଇ ସନ୍ଦେହ କରିଥିଲା ପ୍ରେମିକ ଋଷଭ। ଏହାପରେ ତାଙ୍କୁ ହତ୍ୟା କରିବାକୁ ଯୋଜନା କରିଥିଲା। ସିସିଟିଭି ଭିଡିଓରେ କଏଦ ହୋଇଛି ହତ୍ଯାବେଳର ଚିତ୍ର।  ଶନିବାର ରାତି ପ୍ରାୟ ୧୦ଟାବେଳେ ଋଷଭ ହୋଟେଲ୍ ରୁମ୍ ଛାଡୁଥିବା ଦେଖିବାକୁ ମିଳୁଛି। ପ୍ରେମିକା ବନ୍ଦନାଙ୍କୁ ଗୁଳି ମାରି ହତ୍ୟା କରିବା ପରେ ସେ ହୋଟେଲରୁ  ବାହାରୁଥିବା ଦେଖିବାକୁ ମିଳୁଛି।  ଏହା ପରେ ଋଷଭ ମୁମ୍ବାଇ ଚାଲି ଆସିଥିଲେ।ସେପଟେ ହୋଟେଲରେ ପହଞ୍ଚି ମୃତଦେହ ଉଦ୍ଧାର ସହ ଅଧିକ ତନାଘନା କରୁଛି ପୋଲିସ। ବନ୍ଦନାଙ୍କୁ ହତ୍ୟା କରିବାକୁ ଋଷଭ କେଉଁଠୁ ବନ୍ଧୁକ ଆଣିଲେ ଏହାର ଛାନବିନ କରୁଛି ପୋଲିସ ।

Latest Posts

Don't Miss