ଗୋବିନ୍ଦାଙ୍କ ପ୍ରେମ କାହାଣୀ, ନିଜ ବିବାହ ୪ ବର୍ଷ ଲୁଚାଇଥିଲେ

ମୁମ୍ବାଇ: ବଲିଉଡ କଳାକାରଙ୍କ ଅଭିନୟ ଯେମିତି ଚର୍ଚ୍ଚାରେ ରହିଥାଏ ବ୍ୟକ୍ତିଗତ ଜୀବନକୁ ନେଇ ସେତିକି ଚର୍ଚ୍ଚା ହୋଇଥାଏ । ତେବେ ବିବାହକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି ଷ୍ଟାର । ବଲିଉଡର ଜଣାଶୁଣା ଅଭିନେତା ଗୋବିନ୍ଦାଙ୍କ ବିବାହକୁ ସେ ୪ ବର୍ଷ ଲୁଚାଇ ରଖିଥିଲେ । ନିଜର ଜଣେ ସମ୍ପର୍କୀୟ ମାଉସୀଙ୍କୁ ବିବାହ କରିଛନ୍ତି । ଗୋବିନ୍ଦାଙ୍କ ପତ୍ନୀ ସୁନିତା ତାଙ୍କର ହିସାବରେ ମାଉସୀ ହେବେ । ମାତ୍ର ଉଭୟଙ୍କ ମଧ୍ୟରେ ପ୍ରେମ ହୋଇଥିଲା ଆଉ ପରେ ବିବାହ କରିଥିଲେ। ଗୋବିନ୍ଦ ଯେତେବେଳେ ତାଙ୍କ ମାମୁଁ ଘରେ ରହୁଥିଲେ ସେତେବେଳେ ତାଙ୍କ ମାମୁଁ ଘରକୁ ସୁନିତା ଆସୁଥିଲେ। ଏହି ସମୟରେ ଉଭୟଙ୍କ ମଧ୍ୟରେ ଦେଖା ଚାହାଁ ହୋଇଥିଲା । ପରେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା । ପରେ ଉଭୟ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ମାତ୍ର ଏକଥା କାହାକୁ ମଧ୍ୟ ଜଣାଇନଥିଲେ । ଗୋବିନ୍ଦା ତାଙ୍କ ବାପାଙ୍କୁ ଭୟ କରୁଥିବାବେଳେ ମାଙ୍କୁ ସବୁ କଥା କହିଥିଲେ । ପରେ ସେ ସ୍ବୀକୃତି ପାଇଥିଲେ । ଏକ କମେଡି ସୋ’ ଆସିଥିବାବେଳେ ନିଜର ପ୍ରେମ କାହାଣୀ କହିଥିଲେ ଗୋବିନ୍ଦା।