spot_img

Latest Posts

ମୋ ପୁଅକୁ ଫସାଇଦେଲା ଏବେ ଆସି କୁମ୍ଭୀର କାନ୍ଦଣା କାନ୍ଦୁଛି ଝିଅ

ଭୁବନେଶ୍ବର: ମୋ ପୁଅର ସବୁ ଲୁଟିନେଲା, ମୋ ପୁଅକୁ ଫସାଇଦେଲା । ଏବେ ଆସି କୁମ୍ଭୀର କାନ୍ଦଣା କାନ୍ଦୁଛି ଝିଅ । ଗତକାଲି ସାବିତ୍ରୀରେ ଲଭ, ସେକ୍ସ, ଧୋକାର ଅଭିଯୋଗ ଆଣିଥିବା ପୀଡିତାଙ୍କ ବିରୋଧରେ ଏଭଳି ସଙ୍ଗୀନ ଅଭିଯୋଗ ଆଣିଛନ୍ତି ଯୁବକଙ୍କ ବାପା । କେବଳ ସେତିକି ନୁହେଁ, ଯୁବତୀ ଜଣଙ୍କ ବିବାହିତା । ତାଙ୍କର ୮ ବର୍ଷର ପିଲା ମଧ୍ୟ ଥିବା ଅଭିଯୋଗ କରିଛନ୍ତି ପୁଅର ବାପା । ପୁଅକୁ ବ୍ଲାକମେଲ କରି ଯୁବତୀ ଜଣଙ୍କ ଲକ୍ଷାଧିକ ଟଙ୍କା ନେଇଥିବା ବେଳେ ନଗଦ ଟଙ୍କା ଓ ସୁନା ମଧ୍ୟ ନେଇଯାଇଥିବା କ୍ୟାମେରା ଆଗରେ କହିଛନ୍ତି ପରିବାର ଲୋକ।

ଗତକାଲି ଯୁବତୀ ଜଣଙ୍କ ଏୟାରପୋର୍ଟ ଥାନାର ଦ୍ୱାରସ୍ଥ ହେବା ସହ ଯୁବକ ଜଣଙ୍କ ତାଙ୍କୁ ମନ୍ଦିରରେ ବିବାହ କରିଥିବା ନେଇ ଅଭିଯୋଗ କରିଥିଲେ। ଏପରିକି ତାଙ୍କ ଅଜାଣତରେ ଯୁବକ ଜଣକ ଅନ୍ୟ ଜଣେ ଯୁବତୀଙ୍କୁ ବିବାହ କରିଥିବା ନେଇ ଏତଲାରେ ଦର୍ଶାଇଥିଲେ। ତେବେ କିଏ କହୁଛି ସତ ? ପୁରା ଘଟଣାକ୍ରମରେ କାହାର ଭୁଲ ? ପୋଲିସ ଏ ନେଇ ତଦନ୍ତ କରୁଛି ।

Latest Posts

Don't Miss