ଥାନାରେ ସିରିଏଲ ଅଭିନେତା, ଯୁବତୀ ଆଣିଲେ ଲଭ୍-ସେକ୍ସ-ଧୋକା ଅଭିଯୋଗ

ଭୁବନେଶ୍ୱର: ରାଜଧାନୀରେ ପୁଣି ଲଭ୍ ସେକ୍ସ ଧୋକା । ଏଥର ଏଭଳି କାରନାମା ଭିଆଇଛନ୍ତି ଜଣେ ସିରିଏଲ୍ ଅଭିନେତା । ଏମ ସୁମନ କୁମାର ନାମକ ଜଣେ ଅଭିନେତା ପାହାଳ ଥାନାରେ ଅଟକ ଅଛନ୍ତି । ପାହାଳ ଥାନାରେ ସୁମନଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ । ମିଳିଥିବା ସୂଚନା ମୁତାବକ ଜଣେ ଯୁବତୀଙ୍କ ସହିତ ଦୁଇବର୍ଷ ଧରି ଏକତ୍ର ରହିଆସୁଥିଲେ ଉକ୍ତ ଅଭିନେତା ଜଣଙ୍କ ।
ଯୁବତୀଙ୍କ ସହିତ ଶାରୀରିକ ସମ୍ପର୍କରେ ମଧ୍ୟ ଯୁବକ ଜଣଙ୍କ ରହିଆସୁଥିବା ଅଭିଯୋଗ ହୋଇଛି । ସେପଟେ ଏତେ ଦିନର ସମ୍ପର୍କରେ ରହିବା ସ୍ୱତେ ଯୁବତୀଙ୍କୁ ଯୁବକ ଜଣଙ୍କ ଧୋକା ଦେଇଥିବା ଅଭିଯୋଗ ହୋଇଛି । ଥାନାରେ ଏନେଇ ଅଭିଯୋଗ କରିଛନ୍ତି ଯୁବତୀ । ପରେ ପୋଲିସ ଯୁବକଙ୍କୁ ଅଟକ ରଖି ପଚରାଉଚରା ଜାରି ରଖିଛି ପୋଲିସ ।